ଯେବେ ସଇତାନ ସାଜେ ସ୍ୱାମୀ : ଫେସବୁକ୍ ପ୍ରେମ-ପ୍ରତାରଣାର କାହାଣୀ

101

facebook love storyକନକ ବ୍ୟୁରୋ : ଫେସବୁକ୍ । ଗାଁରୁ ସହର । ସମସ୍ତେ ଏବେ ଏହି ସୋସିଆଲ୍ ମିଡିଆ ପଛରେ ବାୟା । ତେଣୁ ବନ୍ଧୁତା କେବଳ ଚିହ୍ନା ପରିଚିତି ଭିତରେ ସୀମିତ ହୋଇ ରହୁନାହିଁ । ଏମିତି ବି ହେଉଛି ଫେସବୁକରେ ପ୍ରେମ, ହେଉଛି ବି ପ୍ରଣୟ । ଏ ହେଉଛି ଜଣେ ଯୁବତୀଙ୍କ ପ୍ରେମ ପ୍ରଣୟର କାହାଣୀ । ୨୦୧୧ ମସିହାରେ ଭୁବନେଶ୍ୱରର ଏହି ଯୁବତୀ ଜଣକ ବାରିପଦାର ଜଣେ ଅଜଣା ପୁରୁଷକୁ ଭଲ ପାଇ ବସନ୍ତି ଫେସବୁକ୍ ଜରିଆରେ । କିଛି ଦିନ କିଛି ମାସ ଭିତରେ ଉଭୟଙ୍କ ଭିତରେ ଭାବ ବଢିଯାଏ । ପ୍ରେମ ପ୍ରଣୟର ରୂପ ଦେବାକୁ ଦୁହେଁ ଆଗେଇ ଆସନ୍ତି ।

facebook love storyସେପଟେ ପ୍ରେମ ନିବିଡ ହେଉଥାଏ । ଏପଟେ ମାନ ଅଭିମାନ ବି ବଢୁଥାଏ । କଳିଝଗଡା ବେଳବେଳେ ଉଗ୍ରରୂପ ନିଏ । ଏମିତି ବି ହୁଏ , ବିବାହ ନିଷ୍ପତି ଠାରୁ ଯୁବତୀଜଣକ ଦୂରେଇ ଯାଆନ୍ତି । ହେଲେ ବ୍ଲାକମେଲିଂ କରି ଯୁବକଜଣକ ପୁଣି ପ୍ରେମ ଜାଲରେ ଫସାଇ ଦିଅନ୍ତି ଏହି ଯୁବତୀଙ୍କୁ । ୨୦୧୪ ମସିହା ନଭେମ୍ବର ୨୫ ତାରିଖ । ଦୁଇ ପରିବାରର ସମ୍ମତିରେ ଫେସବୁକ୍ ପ୍ରେମ ପ୍ରଣୟର ରୂପ ନିଏ । ପୁଅ ଦିଲ୍ଲୀରେ ଏକ କର୍ପୋରେଟ୍ ହାଉସରେ କାମ କରନ୍ତି , ଆଉ ଝିଅ ବି ଚାକିରୀ କରୁଥିଲେ ଏକ ଘରୋଇ କଂପାନୀରେ । ଦୁହେଁ ଚାଲିଯାଆନ୍ତି ଦିଲ୍ଲୀ । ହେଲେ ବିବାହର ମାତ୍ର କିଛି ମାସ ପରେ ପ୍ରେମିକରୁ ସ୍ୱାମୀ ପାଲଟିଯିବା ଯୁବକ ଜଣକ ଦେଖାନ୍ତି ନିଜ ଅସଲି ଚେହେରା । ଗର୍ଭବତୀ ସ୍ତ୍ରୀର ଗର୍ଭନଷ୍ଟ କରିବା ଠାରୁ ଯାବତୀୟ ନିର୍ଯ୍ୟାତନା ଦେଇ ଚାଲିନ୍ତି ସ୍ତ୍ରୀକୁ ।

facebook love storyଦୁଇ ଦୁଇ ଥର ଗର୍ଭ ନଷ୍ଟ କରିବା ପରେ ବାପଘର ଭୁବନେଶ୍ୱରକୁ ଚାଲି ଆସନ୍ତି ଏହି ଯୁବତୀ ଜଣକ । ହେଲେ ସ୍ୱାମୀ ମୁଖା ପିନ୍ଧିଥିବା ସଇତାନ କିନ୍ତୁ ପିଛା ଛାଡେନି । କେତେବେଳେ ଫୋନ୍ ତ କେତେବେଳେ ମେସେଜ୍ ଦେଇ ମାନସିକ ଭାବେ କ୍ଷତି ପହଂଚାଇବାକୁ ଚେଷ୍ଟା କରି ଚାଲିଛି । ଫେସବୁକ୍ ପ୍ରେମ ପ୍ରତାରଣାର ରୂପ ନେବା ପରେ ଅନୁତାପ ଅଶ୍ରୁ ବୁହାଉଛନ୍ତି ଯୁବତୀଜଣକ । ଶେଷରେ ନିଷ୍ପତି ନେଇଛନ୍ତି ନିଜ ସ୍ୱାମୀଙ୍କ ବିରୋଧରେ ଥାନାକୁ ଯିବେ ।