ଅଣ୍ଡାରେ ବି ରହିବ ଟ୍ୟାଗ : ବଜାରରେ ବିକ୍ରି ହେବ ଏକ୍ସପାରୀ ଟ୍ୟାଗ ଥିବା ଅଣ୍ଡା, ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀରରୁ କରାଗଲା ବିକ୍ରି

61

କନକ ବ୍ୟୁରୋ : ଆଉ ମିଳିବନି ନକଲି ଅଣ୍ଡା । ଏଣିକି ବଜାରରେ ବିକ୍ରି ହେବ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା ବିକ୍ରି କରାଯିବ । ଅଣ୍ଡାର ଏକ୍ସପାୟରୀ ଦେଖି ଗ୍ରାହକମାନେ ମଧ୍ୟ ସଚେତନ ହୋଇପାରିବେ ।

ଏଣିକି ବଜାରରେ ମିଳିବ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା । ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିବ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏଭଳି ଅଣ୍ଡା ଦେଖିବାକୁ ମିଳିଛି । ଜିଲ୍ଲାରେ ଥିବା ଓଭୋ ହେଚେରି ଫାର୍ମରେ ସୁଇସ ପଦ୍ଧତିରେ ଅଣ୍ଡାଗୁଡ଼ିକରେ ତାର ସଂରକ୍ଷଣ ସମୟସୀମା ଲିଖିତ ରହିଛି । ଯାହା ଏବେ ବଜାରରେ ଗ୍ରାହକଙ୍କୁ ମିଳିବ ।

କିଛି ମାସ ହେବ ପ୍ଲାଷ୍ଟିକ ଅଣ୍ଡା ମାର୍କେଟକୁ ଆସିବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଗ୍ରାହକ । ହେଲେ ଏବେ ଏକ୍ସପାୟରୀ ତାରିଖ ଲେଖା ଥିବା ଅଣ୍ଡା ବଜାରକୁ ଆସିବା ପରେ ଖାଉଟି ଆଶ୍ୱସ୍ତି ହୋଇଛନ୍ତି । ପୂର୍ବରୁ ଅଣ୍ଡା କିଣି ଆଣିବା ପରେ ଠକାମିରେ ପଡ଼ୁଥିଲେ ଗ୍ରାହକ । ଅନ୍ୟପଟେ ଅଣ୍ଡାଗୁଡ଼ିକ କେତେଦିନ ପୁରଣା ମଧ୍ୟ ଜଣାପଡ଼ୁନଥିଲା । ହେଲେ ଏହି ଅଣ୍ଡାରେ ଏକ୍ସପାୟରୀ ଡ଼େଟ ରହିବା ଦ୍ୱାରା ଖାଉଟିମାନେ ସଚେତନତା ହୋଇପାରିବେ ।