ଜେଲ ଜଗିବେ କିନ୍ନର : ପୁରୁଷ ଓ ମହିଳାଙ୍କ ପରି ଜେଲ ୱାର୍ଡର ନିଯୁକ୍ତିରେ ମିଳିବ ସମାନ ସୁଯୋଗ

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁରୁଷ ଓ ମହିଳାଙ୍କ ଭଳି ଜେଲ ଜଗିବେ କିନ୍ନର । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏମିତି କିଛି ନିଷ୍ପତି ନେଇଛନ୍ତି ଓଡିଶା ସବର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିସନ୍ । ଜେଲ ୱାର୍ଡର ପଦବୀରେ କିନ୍ନରମାନଙ୍କୁ ନିଯୁକ୍ତ ଦେବା ଲାଗି ଅନୁମତି ମିଳିଥିବା କହିଛନ୍ତି ଅତିରିକ୍ତ ଜେଲ ଆଇଜି ମନୋରଂଜନ ପଟ୍ଟନାୟକ । ଏଥିପାଇଁ ସେମାନଙ୍କୁ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଦେବାକୁ ପଡିବ । ଷ୍ଟାଫ୍ ସିଲେକସନ୍ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ହିଁ ଏହି ଚାକିରି କରିପାରିବେ କିନ୍ନର । ଶାରୀରିକ ସାମର୍ଥ୍ୟକୁ ବିଚାରକୁ ନେଇ କିନ୍ନରମାନଙ୍କୁ ମହିଳା ବର୍ଗରେ ରଖାଯିବାକୁ ନିଷ୍ପତି ହୋଇଛି ।