ଆସିଲା ଭାଇଜାନଙ୍କ ସିନେମା ‘ଟ୍ୟୁବଲାଇଟ୍’ର ଟିଜର ! ୨ ମିନିଟ୍ ୭ସେକେଣ୍ଡର ଭିଡିଓରେ ଭାରତ-ଚୀନ୍ ଯୁଦ୍ଧର ଦୃଶ୍ୟ

30

ରିଲିଜ୍ ହେଲା ସଲମାନ ଖାନଙ୍କ ଆଗାମୀ ସିନେମା ‘ଟ୍ୟୁବଲାଇଟ୍’ର ଟ୍ରେଲର । ମାତ୍ର ୨ ମିନିଟ୍ ୭ ସେକେଣ୍ଡର ଏହି ଟ୍ରେଲରରେ ରହିଛି ୧୯୬୨ ଭାରତ-ଚୀନ୍ ଯୁଦ୍ଧର ଦୃଶ୍ୟ । ସିନେମାରେ ଜଣେ ଭାରତୀୟ ଯୁବକ ଲଷ୍ମଣ ଭୂମିକାରେ ଅଛନ୍ତି ସଲମାନ । ଯାହାକୁ ଜଣେ ଚୀନ୍ ଝିଅ ସହ ପ୍ରେମ ହୋଇଯାଏ ।

ତେବେ ବଜରଂଗୀ ଭାଇଜାନ ଭଳି ‘ଟ୍ୟୁବଲାଇଟ୍’ରେ ମଧ୍ୟ ସଲମାନଙ୍କ ସହ ଜଣେ ଶିଶୁ କଳାକାର ନଜର ଆସିବେ । କିଙ୍ଗ ଖାନ ଶାହରୁଖଙ୍କୁ ବି ଦେଖିବାକୁ ମିଳିବ ଏହି ସିନେମାରେ । ତେବେ କବିର ଖାନଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଇଦରେ ଫ୍ଲୋରକୁ ଆସିବ ।