କନକ ବ୍ୟୁରୋ: ଟିଟିଲାଗଡରେ ଭାଲୁ ଆତଙ୍କ । ଟିଟିଲାଗଡ ସହର ଭିତରେ ବୁଲୁଛି ଭାଲୁ । ସହରର ପଦ୍ମନାଭପୁର ଅଂଚଳରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ହୋଇଉଠିଛନ୍ତି । ଭାଲୁକୁ ଧରିବା ପାଇଁ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି । ବନବିଭାଗ ଘଟଣାସ୍ଥଳରେ ପହଂଚି ଭାଲୁକୁ କାବୁ କରିବାକୁ ଉଦ୍ୟମ କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଭାଲୁକୁ ଧରାଯାଇନାହିଁ । ଖାଦ୍ୟ କିମ୍ବା ପାଣି ଅନ୍ୱେଷଣରେ ଭାଲୁଟି ସହର ମୁହାଁ ହୋଇଥିବା ଆଶଙ୍କା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –