ରାସ୍ତାରେ ଝାଡ଼ୁ ମାରିଲେ ଖିଲାଡ଼ି ଅକ୍ଷୟ କୁମାର : ହେଲେ ଉତ୍ତରପ୍ରଦେଶ ସ୍ୱଚ୍ଛ ଭାରତର ବ୍ରାଣ୍ଡ ଆମ୍ବାସାଡର

31

ଉତ୍ତରପ୍ରଦେଶ ସ୍ୱଚ୍ଛ ଭାରତର ବ୍ରାଣ୍ଡ ଆମ୍ବାସାଡର ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଖୋଲାରେ ଶୌଚ କରିବା ବିରୁଦ୍ଧରେ ଯୋଗୀ ସରକାରଙ୍କ ନୁଆ ଯୋଜନା ପାଇଁ ଅକ୍ଷୟ କୁମାରଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଓ ଅଭିନେତା ଅକ୍ଷୟ କୁମାର ଯୋଗ ଦେଇଥିଲେ । ଖାଲି ସେତିକି ନୁହେଁ ଏହି କାର୍ଯ୍ୟକ୍ରମରେ ଉଭୟ ଅକ୍ଷୟ ଓ ଯୋଗୀ ହାତରେ ଝାଡୁ ଧରି ରାସ୍ତା ମଧ୍ୟ ସଫା କରିଥିଲେ ।

ତେବେ କିଛିଦିନ ହେବ ଅକ୍ଷୟ କୁମାର ସ୍ୱଚ୍ଛ ଭାରତକୁ ନେଇ ପ୍ରଚାର ପ୍ରସାର କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ଲକ୍ଷ୍ନୌରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚନା ଖୋଦ୍ ଅକ୍ଷୟ କୁମାର ଟୁଇଟ୍ କରି ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ଟଏଲେଟ୍ ଏକ ପ୍ରେମ୍ କଥା ସ୍ୱଚ୍ଛ ଭାରତକୁ ନେଇ ଆଧାରିତ । ଏହି ସିନେମାରେ ଭାରତକୁ ସ୍ୱଚ୍ଛ କରିବାର ସନ୍ଦେଶ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅକ୍ଷୟ କୁମାରଙ୍କୁ ଟଏଲେଟ୍ ଏକ ପ୍ରେମ୍ କଥା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଲକ୍ଷ୍ନୌ କାର୍ଯ୍ୟକ୍ରମରେ ଅକ୍ଷୟ କୁମାରଙ୍କ ସହ ନାୟିକା ଭୂମିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ସୌଜନ୍ୟ: ଟାଇମ୍ସ ଅଫ୍ ଇଣ୍ଡିଆ