ମଜାକର ବଦଲା ନେଲେ ସନି ଲିଓନି ! ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

35

ସନି ଲିଓନି ଏବେ ତାଙ୍କର ଆଗାମୀ ସିନେମା ‘ତେରା ଇନ୍ତିଯାର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନିିଙ୍କ ସହିତ କେହି ମଜାକ୍ କରିଛି ଯେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ତେବେ ତାଙ୍କ ସହିତ ହୋଇଥିବା ମଜାକର ସେ ବଦଲା ନେଇସାରିଛନ୍ତି । ଏହି ଘଟଣାକୁ ନେଇ ସନି ଲିଓନି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ଭିଡିଓରେ ସନି ଏକ ଷ୍ଟୁଡିଓ ବାହାରେ ବସିଛନ୍ତି ଏବଂ କିଛି ପଢୁଛନ୍ତି । ସେହି ସମୟରେ ତାଙ୍କ ଟିମର ଏକ ସଦସ୍ୟ ଗୋଟିଏ ସାପ ଆଣି ସନିଙ୍କ ଉପରେ ପକାଇଦେଇଛି ।

ଏହାପରେ ସେ ହଡ଼ବଡ଼ ହୋଇଯାଇଛନ୍ତି । କିନ୍ତୁ ଯେତେବେଳେ ସେ ଜାଣି ପାରିଛନ୍ତି ତାଙ୍କ ସହିତ ମଜାକ୍ କରାଯାଉଛି ତେବେ ସେ ସେହି ଟିମକୁ ମାରିବାକୁ ଗୋଡ଼ାଇଛନ୍ତି । ଯାହାର ଭିଡିଓଟି ଏବେ ଭାଇରାଲ ହୋଇଛି । ତେବେ ସମସ୍ତେ ଭାବିଥିଲେ କଥାଟା ଏଥିରେ ସରିଯାଇଥିବ ବୋଲି କିନ୍ତୁ ସେହିଭଳି ହୋଇନଥିଲା । ବରଂ ସମୟ ଦେଖି ସନି ପ୍ରାଂକର ବଦଲା ଭଲଭାବରେ ନେଇଛନ୍ତି ଏବଂ ଯାହାର ଭିଡିଓକୁ ସେ ସୋସିଆଲ ମିଡାରେ ସେୟାର କରିଛନ୍ତି ।

ସନି ୧ ଡିସେମ୍ବରକୁ ରିଲିିଜ ହେବାକୁ ଯାଉଥିବା ‘ତେରା ଇନ୍ତିଯାର’ରେ ଅରବାଜଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମ ପ୍ରଥମେ ୨୪ ନଭେମ୍ବରକୁ ରିଲିଜ ହେବାର ଥିଲା । କିନ୍ତୁ ପଦ୍ମାବତୀକୁ ସ୍ଥଗିତ ରଖାଯିବାରୁ ଏବେ ସେହି ଡେଟରେ ‘ତେରା ଇନ୍ତିଯାର’ ରିଲିଜ ହେବ । ତାଙ୍କ ଫିଲ୍ମର ଟକ୍କର କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗୀ’ ସହିତ ରହିଛି । ତାଙ୍କ ଫିଲ୍ମକୁ ରାଜୀବ ବାଲିୟା ନିର୍ଦ୍ଦେଶନା ଦେଇଛନ୍ତି ।

ସନି କିଛିଦିନ ହେବ ଅଭିନୟକୁ ଛାଡ଼ି କେବଳ ଆଇଟମ୍ ସଙ୍ଗକୁ ଧ୍ୟାନ ଦେଉଥିଲେ । ଶାହାରୁଖ୍ ଖାନଙ୍କ ‘ରଇସ୍’, ଅଜୟ ଦେବଗନଙ୍କ ‘ବାଦଶାହୋ’,ଏବଂ ସଂଜୟ ଦତ୍ତଙ୍କ ‘ଭୂମି’ରେ ସେ ଆଇଟମ୍ ସଙ୍ଗରେ ନଜର ଆସିଛନ୍ତି ।