ବିନା ସୁନୀଲରେ କପିଲ ଶୁନ୍ ! ଗୁଲାଟି ଫେରିବେ, ଟିଆରପି ଆଣିବେ, ୭ରୁ ହେବ ସୁଟିଂ

25

ସୁନୀଲ ଗ୍ରୋବର ତଥା ଡାଃ.ମଶହୁର ଗୁଲାଟି କପିଲ ଶର୍ମାଙ୍କ ଶୋ’କୁ ଛାଡି ଚାଲିଯିବା ପରେ ଶୋ ଲାଗିଛି ଖାଁ ଖାଁ । କାରଣ ଦର୍ଶକଙ୍କ ମନ କିଣି ନେବାଭଳି କଳା ସୁନୀଲଙ୍କ ଛଡା ଅନ୍ୟ କାହା ପାଖରେ ଦେଖିବାକୁ ମିଳିପାରିନି । ଅର୍ଥାତ୍ ଶୋ’ରେ ସୁନୀଲଙ୍କ ସ୍ଥାନ କେହି ପୁରଣ କରି ପାରି ନାହାଁନ୍ତି । ଯେଉଁଥି ପାଇଁ ଶୋ’ର ଲୋକପ୍ରିୟତା ଦିନକୁ ଦିନ କମିବାକୁ ଲାଗିଛି । ଶୁଣିବାକୁ ମିଳିଛି କି, ସୁନୀଲ କପିଲଙ୍କ ଶୋ’କୁ ଆଉ କେବେ ଫେରିବେ ନାହିଁ ବୋଲି । ମାତ୍ର, ଏବେ ଏହାକୁ ନେଇ ପୁଣି ଏକ ନୂଆ ଖବର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ସୁନୀଲ ଗ୍ରୋବର ଖୁବ୍ ଶୀଘ୍ର କପିଲଙ୍କ ଶୋ’କୁ ଫେରିପାରନ୍ତି । ସେ ପୁଣି ଦୀର୍ଘ ସମୟ ପାଇଁ । ଯାହାର ସୁଟିଂ କାମ ସୁନୀଲ ଆସନ୍ତା ୭ ତାରିଖରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହାପରେ ସେ ୮,୧୧ ଏବଂ ୧୨ ତାରିଖରେ ମଧ୍ୟ ସୁଟିଂରେ ଯୋଗ ଦେବେ ।

ସୂତ୍ର ଅନୁସାରେ, କିଛି ଦିନ ହେଲା ସୁନୀଲ ବିଦେଶରେ ଛୁଟି କାଟୁଛନ୍ତି । ଯେବେକି ଖବର ଆସିଥିଲା କି, କପିଲଙ୍କ ସହ ତାଙ୍କ ଝଗଡା ହେବା ପରେ ସେ ଶୋ ଛାଡି ଦେଇଛନ୍ତି ବୋଲି । ଯାହାକି କପିଲଙ୍କ ଶୋ’ରେ ସୁନୀଲଙ୍କ ଅନୁପସ୍ଥିତି ସୃଷ୍ଟି କରିଥିଲା ଅନେକ ପ୍ରଶ୍ନ । ଯଦିଓ ସୁନୀଲଙ୍କ ଶୋ’କୁ ପୁଣି ଥରେ ଫେରିବା ପଛରେ ମୁଖ୍ୟ କାରଣ ୨୩ ଏପ୍ରିଲ ପର୍ଯ୍ୟନ୍ତ ଥିବା ଚୁକ୍ତି ହୋଇଥାଏ ପାରେ । କାରଣ, ଯଦି ସୁନୀଲ ଏହାକୁ ନ ମାନନ୍ତି ତେବେ ପ୍ରତିବଦଳରେ ତାଙ୍କୁ ଜୋରିମାନା ଦେବାକୁ ପଡିପାରେ ।

ତେବେ ଅନ୍ୟ ଏକ ଖବର ମଧ୍ୟ ଶୁଣିବାକୁ ମିଳିଛି, କପିଲଙ୍କ ଶୋ’କୁ ସୁନୀଲଙ୍କ ପୁଣି ଥରେ ଲେଉଟାଣି ଏହାର ପ୍ରଡକ୍ସନ ହାଉସକୁ ମହଙ୍ଗା ପଡିଛି । ଅର୍ଥାତ୍ ଏହି ଶୋ’ରେ ପୁଣି ଥରେ କାମ କରିବା ପାଇଁ ସୁନୀଲ ତାଙ୍କ ଫିସକୁ ବଢାଇବାକୁ ଦାବି ରଖିଥିଲେ ଏବଂ ଶୋ’ର ଲୋକପ୍ରିୟତା ହ୍ରାସକୁ ଦୃଷ୍ଟିରେ ରଖି ଚ୍ୟାନେଲ ମଧ୍ୟ ତାଙ୍କର ଦାବିକୁ ମାନି ନେଇଛନ୍ତି ।