କନକ ବ୍ୟୁରୋ : କଟକ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନକୁ ପୁରୀରୁ ଗଡିଲା ବସ । ପୁରୀ-କଟକ ଘରୋଇ ବସ୍ ମାଲିକ ସଂଘ ବିବାଦ ଯୋଗୁଁ ପୁରୀରେ ଚାଲିଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ହୋଇଛି । ଆଜି ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ଏନେଇ ନୀଳଗିରି ମୋଟର କର୍ମଚାରୀ ସଂଘ ସମ୍ପାଦକଙ୍କ ସୂଚନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପୁରୀ-କଟକ ବସ ଚଳାଚଳ ନେଇ ଆସନ୍ତା ୭ରେ କେନ୍ଦ୍ରାଂଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏନେଇ ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି । ଏହି ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।