ଧମାଲ୍ କରୁଛି ‘ଟଏଲେଟ୍ ଏକ୍ ପ୍ରେମ କଥା’ ! ରିଲିଜର ମାତ୍ର ଦୁଇଦିନ ଭିତରେ ଆୟ ୧୩ କୋଟିକୁ ଛୁଇଁଲା

56

ବଲିଉଡ ବକ୍ସ ଅଫିସରେ ଧୂମ ମଚାଉଛି ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଟଏଲେଟ ଏକ୍ ପ୍ରେମ କଥା’ । ରିଲିଜ ଦିନରେ ହିଁ ଭଲ ବ୍ୟବସାୟ କରିଛି ଅକ୍ଷୟ କୁମାରଙ୍କ ଏହି ସିନେମା ।

ରିଲିଜର ମାତ୍ର ଦୁଇ ଦିନ ମଧ୍ୟରେ ପାଖାପାଖି ୧୩.୧୦ କୋଟି ଟଙ୍କାର କଲେକ୍ସନ ହୋଇଛି । ତେବେ ଆଗକୁ ମଧ୍ୟ ସିନେମାଟି ଆହୁରି ଭଲ ବ୍ୟବସାୟ କରିବ ବୋଲି ସିନେମା ଆନାଲିଷ୍ଟ୍ ତରୁଣ ଆଦର୍ଶ କହିଛନ୍ତି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ତଥା ସ୍ୱଚ୍ଛ ଭାରତ ମିଶନ୍ ଉପରେ ଆଧାରିତି ହୋଇଛି ସିନେମା ‘ଟଏଲେଟ ଏକ୍ ପ୍ରେମ କଥା’ । ସିନେମାରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ରହିଥିବାବେଳେ ନାୟିକା ଅଛନ୍ତି ଭୂମି ପେଦନେକର । ତେବେ ଘରେ ଶୋ÷÷ଚାଳୟ ତିଆରି କରିବା ଭଳି ସାମାଜିକ କଥାବସ୍ତୁକୁ ନେଇ ତିଆରି ହୋଇଛି ଏହି ସିନେମା ।