କପିଲଙ୍କ ଶୋ’ରେ ପଡିବ ପୂର୍ଣ୍ଣଚ୍ଛେଦ ! ଟିଆରପି ହ୍ରାସକୁ ନେଇ କପିଲଙ୍କୁ ଚେତାବନୀ ଦେଲା ସୋନି ଟିଭି

21

ବନ୍ଦ ହୋଇଯାଇପାରେ କମେଡି ଶୋ ‘ଦ କପିଲ ଶର୍ମା’ ଶୋ । କମେଡିଆନ କପିଲ ଶର୍ମା ତାଙ୍କ ସହକଳାକାରଙ୍କ ସହ ବିବାଦ ପରେ ଏହି ଅଡୁଆ ବଢିବାରେ ଲାଗିଛି । ସୁନୀଲ ଗ୍ରୋଭର,ଚନ୍ଦନ ପ୍ରଭାକର, ଅଲୀ ଅସଗର ଓ ଶୁଗନ୍ଧା ମିଶ୍ର ଆଉ ଏହି ଶୋ’କୁ ଫେରିବାକୁ ଚାହୁଁନଥିବା ବେଳେ ଶୋ’ର ଟିଆରପି ମଧ୍ୟ ଗତ ଦୁଇ ସପ୍ତାହ ହେଲା ଖସିଯାଇଛି । ତେଣୁ ଶୋ’କୁ ପ୍ରସାରଣ କରୁଥିବା ସୋନି ଟିଭି କପିଲଙ୍କୁ ଏକ ମାସ ସମୟ ଦେଇଛି ।

ଶୋ’ ପାଇଁ ୧୦୬ କୋଟି ଟଙ୍କାର ଚୁକ୍ତି ନବୀକରଣ କରିବା ବଦଳରେ କପିଲ ଶର୍ମାଙ୍କୁ ତାଙ୍କର ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ସୁଧାରିବାକୁ କଂପାନୀ କହିଛି । ବରିଷ୍ଠ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ଶୋ’ରେ ସାମିଲ କରିଥିଲେ ମଧ୍ୟ କପିଳ ଶର୍ମା ଶୋ’ ତାହର ଚମକ ହରାଇଥିବା ଦର୍ଶକ ଅନୁଭବ କରିଛନ୍ତି ।