କନକ ବ୍ୟୁରୋ : ଦିଲ୍ଲୀରେ ରିଓର ପ୍ରତିଶୋଧ । ରିଓ ଅଲିମ୍ପିକ୍ସ ପରାଜୟର ପ୍ରତିଶୋଧ ନେଲେ ପି.ଭି ସିନ୍ଧୁ । ଇଣ୍ଡିଆନ୍ ଓପନ୍ ସୁପର ସିରିଜ୍ ବ୍ୟାଡ ମିଂଟନର ଫାଇନାଲ ମୁକାବିଲାରେ ସ୍ପେନର କାରୋଲିନା ମାରିନଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ସିନ୍ଧୁ । ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଓପନର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ମାରିନଙ୍କୁ ପରାସ୍ତ କରି ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱର ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଘରୋଇ ଦର୍ଶକଙ୍କ ଉପସ୍ଥିତି ସିନ୍ଧୁଙ୍କ ମନୋବଳକୁ ମଜବୁତ କରିଥିଲା । ଫଳରେ ମାରିନଙ୍କୁ ୨୧-୧୯ ଏବଂ ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।