ମଝି ଆକାଶରେ ବିବାଦ ପରେ ସାବଧାନ କପିଲ! ବିମାନରେ ରହୁଛନ୍ତି ଚୁପ୍

31

ସୋନୀ ଟିଭିର ‘ ଦ କପିଲ୍ ଶର୍ମା ଶୋ’ ର ପ୍ରୋମୋ ଜାରି ହୋଇଛି । କପିଲ୍ ବିମାନରେ ବସିଥିବାର ଦୃଶ୍ୟ । ଅନ୍ୟ ଯାତ୍ରୀ ପରସ୍ପର ଭିତରେ ଝଗଡା କରୁଛନ୍ତି । ଏହି ସମୟରେ କପିଲ୍ କହୁଛନ୍ତି , ‘ ମୁଁ ଆଜିକାଲି ବିମାନରେ କିଛି କହୁନି ’ ।

ସୂଚନାଯୋଗ୍ୟ ଯେ, କପିଲ ଶର୍ମା ଓ ସୁନିଲ୍ ଗ୍ରୋଭରଙ୍କ ମଧ୍ୟରେ ବିମାନରେ ଝଗଡା ହୋଇଥିଲା । ଯେଉଁଥିପାଇଁ ସୁନିଲ୍ ଶୋ’ ଛାଡିଦେଇଥିଲେ । ଆଉ ଏହି କଥାକୁ କପିଲ ଶୋ’ର ପ୍ରୋମୋରେ କରିଛନ୍ତି ସାମିଲ୍ ।