ବାଦଶାହାଙ୍କ ପ୍ରେମରେ ଦେଶୀ ଗର୍ଲ ! ଶାହାରୁଖଙ୍କ ସହ ନିଜ ସଂପର୍କକୁ ନେଇ ବଡ ଖୁଲାସା କଲେ ପ୍ରିୟଙ୍କା

99

The-Dirty-Laundryନିକଟରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏକ ହଲିଉଡ୍ ଶୋ’ରେ ନିଜର ଅନେକ ଗୁପ୍ତ କଥା ସେୟାର୍ କରିଛନ୍ତି । ଏହା ଭିତରେ ସେ ଅନେକ ସମୟରେ ପିନ୍ଧୁଥିବା ଏକ ଜ୍ୟାକେଟକୁ ନେଇ ଚାଂଚଲ୍ୟକର ବୟାନ୍ ଦେଇଥିଲେ । କହିଥିଲେ ଯେ ଏହା ତାଙ୍କର ଏକ୍ସ ବୟଫ୍ରେଣ୍ଡଙ୍କର ବୋଲି । ତେବେ କିଏ ପ୍ରିୟଙ୍କା ସେହି ଏକ୍ସ ଯାହାଙ୍କ ଜ୍ୟାକେଟକୁ ସେ ଆଜି ଯାଏ ସମ୍ଭାଳି ରଖିଛନ୍ତି ଜାଣି ଆଶ୍ଚର୍ଯ୍ୟ ହେବେ ।

ଏହି ଜ୍ୟାକେଟଟି ହେଉଛି ବଲିଉଡ ବାଦଶାହା ଶାହାରୁଖ୍ ଖାନଙ୍କର । ଅର୍ଥାତ୍ ପ୍ରିୟଙ୍କା ଏବଂ ଶାହାରୁଖ ମଧ୍ୟରେ ଥିବା ପ୍ରେମ , କାହାଣୀ ନୁହେଁ ସତ । ଆଉ ଏକଥା ସେତେବେଳେ ସ୍ପଷ୍ଟ ହେଲା ଯେତେବେଳେ ପ୍ରିୟଙ୍କାଙ୍କ ଜଣେ ପ୍ରଶଂସକ ଟୁଇଟରରେ ତାଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଜ୍ୟାକେଟ୍ କଥା କହି ଶାହାରୁଖଙ୍କ ସହ ନିଜ ନିଜ ସଂପର୍କକୁ ସ୍ୱୀକାର କରିଛନ୍ତି ପ୍ରିୟଙ୍କା । ଆଉ ଏହି ଟୁଇଟର ପୋଷ୍ଟକୁ ପ୍ରିୟଙ୍କା ଲାଇକ୍ ମଧ୍ୟ କରିଥିଲେ କିନ୍ତୁ ପରେ ଅନଲାଇକ୍ କରିଦେଲେ ।

ଶୋ’ରେ ପ୍ରିୟଙ୍କା କହିଥିଲେ ତାଙ୍କ ଏକ୍ସ ଏହି ଜ୍ୟାକେଟକୁ ତାଙ୍କ ଘରେ ଛାଡି ଦେଇ ଆସିଥିଲେ । ତେବେ ପ୍ରିୟଙ୍କାଙ୍କୁ ଏହି ଜ୍ୟାକେଟ୍ ଏତେ ପସନ୍ଦ ଆସିଥିଲା ଯେ ତାଙ୍କ ଏକ୍ସ ମାଗିବା ପରେ ବି ସେ ଫେରାଇ ନଥିଲେ ।