‘ସେନସର ବୋର୍ଡ’ ଉପରେ କବୀର ବେଦୀ ଖପ୍ପା ! କହିଲେ, ଭାରତର ଛବିକୁ ବୋର୍ଡ କରୁଛି ଖରାପ

43

ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅଭିନେତା କବୀର ବେଦୀ ସେନସର ବୋର୍ଡ ଉପରେ ରାଗ ଦେଖେଇଛନ୍ତି । ଗୁରୁବାର ସେ ଟୁଇଟ୍ କରି କହିଛନ୍ତି, ‘ସେନସର ବୋର୍ଡ ଭାରତର ଛବିକୁ ଖରାପ କରୁଛି’ । ଏନେଇ ସେ ବୋର୍ଡର ଅଧ୍ୟକ୍ଷ ପହଲାଜ ନିହଲାନିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ଟୁଇଟ୍ ଜରିଆରେ କବୀର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ କରି ଲେଖିଛନ୍ତି କି, ‘ସେନସର ବୋର୍ଡ ବୁଝିପାରୁନି ଯେ ନିଜର ମୂଖତା ପୂର୍ଣ୍ଣ ଦାବି ଗୁଡ଼ିକ ଦ୍ୱାରା ଭାରତର ଛବିକୁ କ୍ଷତି ପହଂଚୁଛି’ । ସୂଚନା ଅନୁଯାୟୀ ନୋବେଲ ପୁରସ୍କାରରେ ସମ୍ମାନୀତ ଅମର୍ତ୍ତ୍ୟ ସେନଙ୍କ ଉପରେ ନିର୍ମିତ ଡକ୍ୟୁମେଂଟାରି ସିନେମାରେ ଗାଈ, ଗୁଜୁରାଟ, ହିନ୍ଦୁ ଭାରତ ଏବଂ ହିନ୍ଦୁତ୍ୱ ଭଳି ଶବ୍ଦକୁ ଆପତ୍ତିଜନକ ଦର୍ଶାଇ ସେନସର ବୋର୍ଡ ଅନୁମତି ଦେବାକୁ ମନା କରିଥିଲେ । ଯାହାକୁ ନେଇ ଦେଖାଦେଇଛି ବିବାଦ ।