ସୈଫ୍ ଅଲୀ ଖାନଙ୍କ ଆଗାମୀ ଫିଲ୍ମ ‘କାଲାକାଣ୍ଡି’ର ଟିଜର ଜାରି : ଡିସେମ୍ବର ୮ରେ ଫିଲ୍ମ ହେବ ରିଲିଜ୍

34

ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନଙ୍କ ଆଗାମୀ ଫିଲ୍ମ ‘କାଲାକାଣ୍ଡି’ର ଟିଜର ଜାରି ହୋଇଛି । ଯେଉଁଥିରେ ସୈଫ୍ ଅନେକ ଚୁଟି ବନେଇଛନ୍ତି ଏବଂ ଏଥିରେ ପରର ଜ୍ୟାକେଟ୍ ପିନ୍ଧିଛନ୍ତି । ସୈଫ୍ କହିଛନ୍ତି, ଏହି ଫିଲ୍ମରେ ଦର୍ଶକ ମୁମ୍ବାଇର ଜୀବନଶୈଳୀ ଉପରେ ମଜାଦାର ଦୃଶ୍ୟ ସବୁ ଦେଖିବାକୁ ପାଇବେ । ଆଉ ଏସବୁ ଫିଲ୍ମରେ ଏକ ଅଲଗା ଅନ୍ଦାଜରେ ଦେଖାଯାଇଛି ।

ଅକ୍ଷୟ ବର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୮ ଡସେମ୍ବରରେ ରିଲିଜ ହେବାକୁ ଯାଉଛି । ଆଉ ସୈଫଙ୍କ ଅଭିନୟର ଯାଦୁକୁ ବଡ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।