ଜଣେ ମହାନାୟକଙ୍କ ଅକୁହା କଥା ! ପାଗଳୀ ମାଆ ପାଇଁ ରହିଲେ ଆଶ୍ରମରେ, ମୃତ୍ୟୁପରେ ଶ୍ମଶାନରୁ ଶବ ଚୋରି କରିନେଲେ ଦୁବୃତ

89

ସିନେ ଜଗତର ଖ୍ୟାତନାମା କଳକାର ତଥା ଅଭିନେତା ସ୍ୱର୍ଗତ ଚାର୍ଲୀ ଚପଲିନଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ସିନେମା ଦୁନିଆରେ ତାଙ୍କ ନାଁ ରହିଛି ଚୀର ଅମର । ତେବେ ଚାର୍ଲୀଙ୍କ ଜନ୍ମ ୧୮୮୯ରେ ଆଜିକା ଦିନରେ ଲଣ୍ଡନରେ ହୋଇଥିଲା । ଆଜି ଆମେ ତାଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ସହ ଜଡିତ କିଛି ରୋଚକ କଥା ଆପଣଙ୍କୁ ଜଣାଇବାକୁ ଯାଉଛୁ ।

୮୮ ବର୍ଷ ବୟସରେ ତଥା ୧୯୭୭ ମସିହା କ୍ରିସମସରେ ଚାର୍ଲୀଙ୍କ ପରଲୋକ ଘଟିଥିଲା । ତେବେ ତାଙ୍କୁ ପୋତା ଯିବାର ମାତ୍ର ୩ମାସ ପରେ କବରରୁ ତାଙ୍କ ମରଶରୀରକୁ କଛି ଦୁର୍ବୃତ ଚୋରାଇ ନେଇଯାଇଥିଲେ । ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି, ସେମାନେ ଚାର୍ଲୀଙ୍କ ପରିବାର ଲୋକଙ୍କଠାରୁ ଟଙ୍କା ନେବା ପାଇଁ ଏଭଳି କର୍ମ କରିଥିଲେ ।

୧୯୪୦ରେ ଚାର୍ଲୀ ହିଟଲରଙ୍କ ଉପରେ ଏକ ସିନେମା ନିର୍ମାଣ କରିଥିଲେ । ସେଥିରେ ସେ ହିଟଲରଙ୍କ ନକଲ କରିବାକୁ ଯାଇ ତାଙ୍କର ପରିହାସ କରିଥିଲେ । ‘ଲାଇମ-ଲାଇଟ୍’ରେ ବେଷ୍ଟ ମ୍ୟୁଜିକ ପାଇଁ ତାଙ୍କୁ ୧୯୭୩ରେ ଓସ୍କାର ଆୱାର୍ଡ ମିଳିଥିଲା । ଏହାପରେ ୧୯୭୫ରେ ତାଙ୍କୁ ‘ମହାରାଣୀ ଏଲିଜାବେଥ ଦ୍ୱିତୀୟ’ ପାଇଁ ମଧ୍ୟ ତାଙ୍କୁ ‘ନାଇଟ୍’ ଉପାଧି ମିଳିଥିଲା ।

ତେବେ ଜଣେ ବେପରୁଆ ଏବଂ ମଦୁଆ ବାପାଙ୍କ ପାଇଁ ଚାର୍ଲୀଙ୍କ ବାଲ୍ୟ ଜୀବନ ଅନେକ ଦୁଃଖକଷ୍ଟରେ ଭରି ରହିଥିବା ବେଳେ ଗରିବୀ କାରଣରୁ ତାଙ୍କ ମାଆ ମାନସିକ ରୋଗୀ ପାଲଟିଯାଇଥିଲେ । ଯାହାର ଫଳ ଭୋଗିବାକୁ ପଡିଥିଲା ଚାର୍ଲୀଙ୍କୁ ଅର୍ଥାତ୍ ମାତ୍ର ୭ ବର୍ଷ ବୟସରେ ତାଙ୍କୁ ଜୀବନ ବିତାଇବାକୁ ପଡିଥିଲା ଆଶ୍ରମରେ । ତେବେ ବିଦ୍ୟାଳୟରେ ପଢା ସରିବା ପରେ ସେ ୧୩ ବର୍ଷ ବୟସରେ ମନୋରଂଜନ ଦୁନିଆକୁ ଚାଲି ଆସିଥିଲେ ।