ଜିଓ ଦେଲା ଆଉ ଗୋଟେ ଦିନ ସୁଯୋଗ ! ଗ୍ରାହକ ଆଜି ପାଇପାରିବେ ଜିଓ ଧନା ଧନ ଅଫରର ଲାଭ

130

ରିଲିଏନ୍ସ ଜିଓର ଧନ ଧନା ଧନ ଅଫରର ଲାଭ ଉଠାଇପାରିନଥିବା ଲୋକଙ୍କ ପାଇଁ ଖୁସି ଖବର । ୧୫ ତାରିଖରେ ଶେଷ ହେଉଥିବା ଏହି ଜିଓର ଧନ ଧନା ଧନ ଅଫରକୁ ଆଉ ଗୋଟେ ଦିନ ଅର୍ଥାତ୍ ଏପ୍ରିଲ ୧୬ ତାରିଖ ଯାଏ ବଢାଇଛି । ଏବେ ଗ୍ରାହକ ନେଇପାରିବେ ଏହି ଅଫରର ସୁବିଧା । ଯେଉଁ ଗ୍ରାହକ ୧୫ ଏପ୍ରିଲ ଯାଏ ୩୦୯ ବା ୫୦୯ଟଙ୍କାରେ ରିଚାର୍ଜ କରିପାରିନାହାଁନ୍ତି , ସେମାନଙ୍କ ପାଇଁ ଆଜି ରହିଛି ସୁଯୋଗ ।

କଂପାନୀ ନିଜ ଗ୍ରାହକଙ୍କୁ ଆଜି ବି ଧନ ଧନା ଦନ ଅଫର ପାଇଁ ରିଚାର୍ଜ ଆଲର୍ଟ ପଠାଉଛି । ୯୯ଟଙ୍କାର ପ୍ରାଇମ ମେମ୍ବରସିପ୍ ନେଇଥିବା ଗ୍ରାହକ ଧନ ଧନା ଧନ ଅଫର ଅନୁସାରେ ୩୦୯ଟଙ୍କାରେ ରିଚାର୍ଜ କରିଛନ୍ତି । ପ୍ରତିଦିନ ୧ଜିବି ୪ଜି ଡାଟା ,ଫ୍ରି କଲିଂ ,ଜିଓ ଆପ୍ସ ଓ ପ୍ରତିଦିନ ୧୦୦ଏସଏମସର ମଜା ନେଇପାରିବେ । ହେଲେ ୫୦୯ଟଙ୍କାରେ ରିଚାର୍ଜରେ ଡାଟା ଲିମିଟ୍ ୨ଗୁଣା ହୋଇଯିବ । ଅର୍ଥାତ୍ ୫୦୯ଟଙ୍କାରେ ୮୪ଦିନ ପାଇଁ ପ୍ରତିଦିନ ୨ଜିବି ୪ଜି ଡାଟା ମିଳିବ ।