ବିିମାନ ବନ୍ଦରରେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି ! ସୋସିଆଲ ମିଡ଼ିଆରେ ଭାଇରାଲ୍ ଫଟୋ

156

ଅନେକ ସମୟରେ ଦେଖାଯାଉଛି ସେଲିବ୍ରିଟିଙ୍କ ଝିଅମାନଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଏବେ ଶ୍ରୀଦେବୀ ଓ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ଚର୍ଚ୍ଚାରେ । ଖୁସି ମଙ୍ଗଳବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଏମିତି କିଛି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ଆଉ ଏହି ଫଟୋ ଏବେ ଭାଇରାଲ୍ ସାଜିଛି । ସୂଚନା ଅନୁସାରେ ଶ୍ରୀଦେବୀଙ୍କ ଦୁଇଟି ଝିଅ । ବଡ଼ ଝିଅ ଜାହ୍ନବୀ କପୁର ଓ ସାନ ଝିଅ ଖୁସି କପୁର । ଆଖିରେ ଚଷମା ପିନ୍ଧା ସହ ଖୁସି ଖୁବ୍ ସୁନ୍ଦର ଦେଖାଯାଉଥିଲେ ।

ଗୋଟେ ପଟେ ଖୁସିଙ୍କ ବଡ ଭଉଣୀ ଜାହ୍ନବୀ ମିଡ଼ିଆରେ ଛାଇ ରହିଥିବା ବେଳେ, ଅନ୍ୟପଟେ ଖୁସି ମିଡ଼ିଆ ଠାରୁ ଦୂରେଇ ରହୁଛନ୍ତି । ଏବେ ବିମାନ ବନ୍ଦରରେ ଖୁସି ଏକୁଟିଆ ନଜର ଆସିଥିଲେ । ଖୁସିଙ୍କର ମଡେଲିଂରେ ଖୁବ୍ ଇଚ୍ଛା ରହିଛି । ଆଉ ଏବେ ଖୁସି ମଧ୍ୟ କୈାଣସି ମଡେଲଙ୍କ ଠାରୁ କମ୍ ନୁହଁନ୍ତି ବୋଲି ଚର୍ଚ୍ଚା ହେଉଛି ।