ଜିଓ ପୁଣି କଲା ଧମାକା ! ‘ଧନ୍ ଧନା ଧନ୍’ ଅଫର୍ ଶେଷ ହେବା ପୂର୍ବରୁ ଆଣିଲା ନୂଆ ପ୍ଲାନ୍

52

ଆଉ କିଛି ଦିନ ପରେ ଶେଷ ହେଉଛି ଜିଓର ‘ ଧନ୍ ଧନା ଧନ୍’ ଅଫର୍ । ତେଣୁ ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ନୂଆ ଏକ ଧମାକାଦାର ଅଫର୍ ସହ ଆସିଛି କମ୍ପାନୀ । ଏହି ପ୍ଲାନ୍ ଉଭୟ ପ୍ରିିପେଡ୍ ଏବଂ ପ୍ରୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ । ତେବେ କମ୍ପାନୀର ଏହି ନୂଆ ପ୍ଲାନର ନାଁ ‘ଧନ୍ ଧନା ଧନ୍’ ହିଁ ରହିଛି । କିନ୍ତୁ ରିଚାର୍ଜ ପ୍ୟାକ୍ ପରିବର୍ତ୍ତନ ହୋଇଛି । କମ୍ପାନୀର ଏହି ନୂଆ ପ୍ଲାନର ଲାଭ ଉଠାଇବାକୁ ହେଲେ ଗ୍ରାହକଙ୍କୁ ଜିଓର ପ୍ରାଇମ ମେମ୍ବର୍ ହେବାକୁ ପଡିବ ।

ଜିଓର ଏହି ନୂଆ ପ୍ଲାନ୍ ମୂତାବକ , ୩୯୯ ଟଙ୍କାର ରିଚାର୍ଜ କଲେ ୮୪ ଜିବି ଡାଟା ସହ ମିଳିବ ମାଗଣା ଭଏସ୍ କଲ୍ । ଯାହାର ବୈଧତା ରହିଛି ୮୪ ଦିନ । ଅର୍ଥାତ୍ ଗ୍ରାହକ ପ୍ରତିଦିନ ୧ଜିବି ଡାଟା ଉପଭୋଗ କରିପାରିବେ । ଏହା ସହ ରୋମିଙ୍ଗ୍ ଏବଂ ମାଗଣା ଏସଏମଏସ୍ ସୁବିଧା ପାଇ ପାରିବେ ଗ୍ରାହକ । ତେବେ ଏହି ପ୍ଲାନ୍ ୩୦୯ ଟଙ୍କା ପ୍ଲାନ୍ ଠାରୁ ୯୦ ଟଙ୍କା ମହଙ୍ଗା ଅଛି । କାରଣ ୩୦୯ଟଙ୍କାରେ ମଧ୍ୟ ବୈଧତା ୮୪ ଦିନ ଥିଲା ।