୪୪ ବର୍ଷରେ ପାଦ ଦେଲେ ନୀଳ ନୟନା ! ହେଲେ ପାଳିବେ ନାହିଁ ଜନ୍ମଦିନ

47

ବଲିଉଡ ଜଗତର ପ୍ରସିଦ୍ଧ ନାୟିକା ତଥା ନୀଳନୟନା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ନିଜର ୪୪ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମ ୧ନଭେମ୍ବର୧୯୭୩ରେ କର୍ଣ୍ଣାଟକର ମେଙ୍ଗଲୁର ସହରରେ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କ ବାପା କୃଷ୍ଣରାଜ ରାୟଙ୍କର ଚଳିତ ବର୍ଷ ମୃତ୍ୟୁ ହୋଇଥିବା କାରଣରୁ ଐଶ୍ୱର୍ଯ୍ୟା ଏବର୍ଷ ଜନ୍ମ ଦିବସକୁ ଆଡମ୍ବରରେ ପାଳନ କରୁନାହାନ୍ତି । ତେବେ ଏହି ସୁନ୍ଦରୀ ନାୟିକାଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ଆମେ ଆପଣଙ୍କ ଜଣାଇବାକୁ ଯାଉଛୁ ତାଙ୍କ ରିଲରୁ ରିୟଲ ଲାଇଫ ସଂପର୍କରେ କିଛି କଥା ।

ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମ

ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମ ୧ନଭେମ୍ବର୧୯୭୩ରେ କର୍ଣ୍ଣାଟକର ମେଙ୍ଗଲୁର ସହରରେ ହୋଇଥିଲା । ଏବଂ ଆନ୍ଧ୍ରପ୍ରଦେଶସ୍ଥିତ ହାଇଦ୍ରାବାଦରେ ଐଶ୍ୱର୍ଯ୍ୟାଙ୍କ ପ୍ରାଥମିକ ଶିକ୍ଷା ହୋଇଥିଲା । ଏହାପରେ ତାଙ୍କ ପରିବାର ମୁମ୍ବାଇରେ ସିଫ୍ଟ ହୋଇଯାଇଥିଲା ।

୧୯୯୪ରେ ମିଳିଥିଲା ବିଶ୍ୱ ସୁନ୍ଦରୀ ମୁକୁଟ

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଐଶ୍ୱର୍ଯ୍ୟା ମୁମ୍ବାଇରେ ଶାନ୍ତା-କ୍ରୁଜସ୍ଥିତ ଆର୍ଯ୍ୟ ବିଦ୍ୟା ମନ୍ଦିର ଏବଂ ପରେ ଡିଜି ରୂପାରେଲ କଲେଜ, ପାଟୁଙ୍ଗାରେ ଅଧ୍ୟୟନ କରିଥିଲେ । ପାଠପଢା ସହ ତାଙ୍କୁ ମଡେଲିଂ ପାଇଁ ଅନେକ ପ୍ରସ୍ତାବ ମଧ୍ୟ ଆସିଥିଲା ଏବଂ ସେ ମଡେଲିଂ ମଧ୍ୟ କରିଥିଲେ । ସେ ଯେତେବେଳେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ତାଙ୍କୁ ମଡେଲିଂ ପାଇଁ ପ୍ରସ୍ତାବ ଆସିଥିଲା । ଏହାପରେ ସେ ଅନେକ ବିଜ୍ଞାପନରେ ନଜରକୁ ଆସିଥିଲେ ଆଉ ୧୯୯୪ରେ ମିସ୍ ୱାର୍ଲ୍ଡ ହେଲାପରେ ତାଙ୍କର ଚାହିଦା ବଢିବାରେ ଲାଗିଲା ଓ ଚଳଚ୍ଚିତ୍ର ପାଇଁ ଅନେକ ପ୍ରସ୍ତାବ ଆସିବାକୁ ଲାଗିଥିଲା ।

ତାମିଲ ସିନେମାରେ କରିଥିଲେ ପ୍ରଥମ ଅଭିନୟ

ଐଶ୍ୱର୍ଯ୍ୟା ତାମିଲ ଚଳଚିତ୍ରରୁ ହିଁ ନିଜର ଅଭିନୟ ଆରମ୍ଭ କରିଥିଲେ । ବଲିଉଡରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର“ଔର ପ୍ୟାର ହୋ ଗୟା” । ବଲିଉଡରେ ତାଙ୍କ ସ୍ଥିତି ମଜଭୁତ କରିଥିଲା ସଂଜୟ ଲିଲା ଭନସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ହମ୍ ଦିଲ ଦେ ଚୁକେ ସନମ’ । ୨୦୦୨ରେ ସଂଜୟ ଲୀଲା ଭନସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦେବଦାସ’ ଐଶ୍ୱର୍ଯ୍ୟାଙ୍କୁ ଏକ ଭିନ୍ନ ପରିଚୟ ଦେଇପାରିଥିଲା । ଏହା ପରିବର୍ତ୍ତେ ସେ କିଛି ବଙ୍ଗାଳି ଚଳଚ୍ଚିତ୍ରରେ ବି ନଜର ଆସି ସାରିଛନ୍ତି ।

ସୌଜନ୍ୟ: ଜିନ୍ୟୁଜ୍