ପୁରସ୍କାର ଉତ୍ସବରେ ଆମିର ଖାନ ! ଦୀର୍ଘ ୧୬ ବର୍ଷ ପରେ ଗ୍ରହଣ କଲେ ପୁରସ୍କାର

43

ପୁରସ୍କାର ଉତ୍ସବରେ ଆମିର ଖାନ୍ । କଥାଟା ଟିକେ ଆଡୁଆ ଲାଗୁଛି ନା । କାରଣ କେବେ କୌଣସି ପୁରସ୍କାର କି ସମ୍ମାନ ଉତ୍ସବରେ ସାମିଲ ହେଉନଥିବା ଆମିରଙ୍କ ସଂପର୍କରେ ଏହି ଖବରଟି ଆସିବା ନିହାତି ଏକ ତାଜୁବର ବିଷୟ । ଆଜ୍ଞା ହଁ ! ଖବରଟି ସଂପୂର୍ଣ୍ଣ ସତ୍ୟ ଅଟେ । ଦୀର୍ଘ ୧୬ ବର୍ଷ ପରେ ଆମିର ପୁରସ୍କାର ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

ସୂଚନା ମୁତାବକ, ସିନେମା ‘ଦଙ୍ଗଲ’ରେ ଦମଦାର ଅଭିନୟ ପାଇଁ ଆମିରଙ୍କୁ ଦୀନାନାଥ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଏବଂ ଏହି ପୁରସ୍କାର ଦୀନାନଥଙ୍କ ୭୫ତମ ଶ୍ରାଦ୍ଧ ବାର୍ଷୀକିରେ ଉତ୍ସବ ଆୟୋଜନ କରାଯାଇଥିଲା । ଯାହାକୁ ଗ୍ରହଣ କରିବା ପାଇଁ ଆମିର ସାମିଲ ହୋଇଥିଲେ ଓ ପୁରସ୍କାରଟିକୁ ଗ୍ରହଣ କରିଥିଲେ ।

ତେବେ ସବୁଠାରୁ ବଡକଥା ହେଲା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ କଥାକୁ ସମ୍ମାନ ଜଣାଇ ଆମିର ଏହି ଉତ୍ସବରେ ଯୋଗ ଦେଇଥିଲେ । ଏବଂ ଆରଏସଏସର ମୁଖ୍ୟ ମୋହନ ଭଗୱତଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ତେବେ ସେ ଏହାକୁ ତାଙ୍କ ଜୀବନର ସବୁଠାରୁ ବଡ ସମ୍ମାନ ବୋଲି କହିଛନ୍ତି । ଏଥିସହ ଲତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଖାଲି ସେତିକି ନୁହେଁ ‘ଦଙ୍ଗଲ’ ସିନେମା ସହ ଜଡିତ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଆମିର ଧନ୍ୟବାଦ ଜଣାଇଥିଲେ ।

ଏହାସହ ମଧ୍ୟ ପଢନ୍ତୁ-କାହିଁକି ଆୱର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ ବଲିଉଡର ସୁପରଷ୍ଟାର ଅମିର ଖାନ୍ ?