ବଲିଉଡ ସୁପରଷ୍ଟାରଙ୍କ ବଦଳିଛି ରୂପ : ଏବେ ଲଢୁଛନ୍ତି ଜୀବନ ଯୁଦ୍ଧ

73

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ବିନୋଦ ଖାନ୍ନା । ଦିନ ଥିଲା ଚିତ୍ର ଓ ଚରିତ୍ରରେ ବଡ ପରଦାରେ ଦେଖାଉଥିଲେ ଅଭିନୟର କମାଲ । ମନ ମୋହୁଥିଲେ ସିନେ ପ୍ରେମୀଙ୍କର । ହେଲେ ବର୍ତ୍ତମାନ ଡାକ୍ତରଖାନାରେ ଲଢୁଛନ୍ତି ଜୀବନ ଯୁଦ୍ଧ । ବଲିଉଡରୁ ଯାତ୍ରା କରିଥିଲେ ରାଜନୀତି ମୈଦାନକୁ । ହୋଇଥିଲେ ବିଜେପି ସାଂସଦ । ହେଲେ ବିନୋଦ ଖାନ୍ନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ସାଜିଛି । ଏହାକୁ ଦେଖିଲେ ଆପଣ ଚିହ୍ନି ପାରିବେ ନାହିଁ ଯେ , ଏ ସେହି ଅଭିନେତା ବିନୋଦ ଖାନ୍ନା । ଏଥିରେ ବିନୋଦ ଖାନ୍ନା ବହୁତ ଦୁର୍ବଳ ଓ ରୋଗାକ୍ରାନ୍ତ ଲାଗୁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ , ବିନୋଦ ଖାନ୍ନା କ୍ୟାନସର ଭଳି ଭୟାନକ ରୋଗର ଶିକାର । ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟର କାମନା କରୁଛନ୍ତି । ବିନୋଦ ଖାନ୍ନା ‘ ମେରେ ଅପନେ’ , ‘ କୁର୍ବାନୀ’ , ‘ ପୁରବ ଔର ପଶ୍ଚିମ୍ ’ , ରେଶମା ଔର୍ ଶେରା’ , ‘ ହେରା ଫେରି’ ଓ ‘ ମୁକଦ୍ଦର କା ସିକନ୍ଦର’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।