ଝିଅ ଜାହ୍ନବୀ ବାହାହେଲେ ଖୁସି ହେବେ ଶ୍ରୀଦେବୀ !

52

‘ଷ୍ଟୁଡେଂଟ ଅଫ୍ ଦ ଇଅର-୨’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ କପୁର । ଝିଅର ଏଭଳି ପଦକ୍ଷେପକୁ ନେଇ କିନ୍ତୁ ସେତେ ବେଶୀ ଉତ୍ସାହିତ ନାହାଁନ୍ତି ଶ୍ରୀଦେବୀ । ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ,ଜାହ୍ନବୀ ଫିଲ୍ମରେ କାମ କରିବାକୁ ଚାହାଁନ୍ତି । ହେଲେ ସେ ପ୍ରଥମେ ଏହାର ସପକ୍ଷରେ ନଥିଲେ । ତା’ର ଅର୍ଥ ନୁହେଁ ଯେ ସେ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ ଖରାପ ବୋଲି କହୁଛନ୍ତି । ସେ ନିଜେ ବି ଏହାର ଅଂଶ ବିଶେଷ । ମା’ ହିସାବରେ କିନ୍ତୁ ଜାହ୍ନବୀ ବିବାହ କରିଥିଲେ ତାଙ୍କୁ ଅଧିକ ଖୁସି ଲାଗିଥାନ୍ତା ।

ଏହି ସମୟରେ ଶ୍ରୀଦେବୀ ଆହୁରି କହିଥିଲେ ଯେ , ଝିଅର ଖୁସି ବି ତାଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ । ଯଦି ଜାହ୍ନବୀ ଅଭିନେତ୍ରୀ ହିସାବରେ ଭଲ ପ୍ରଦର୍ଶନ କରନ୍ତି ତା ହେଲେ ସେ ଗର୍ବ ଅନୁଭବ କରିବେ । ସୂଚନା ଅନୁସାରେ , ‘ଷ୍ଟୁଡେଂଟ ଅଫ୍ ଦ ଇଅର-୨’ ରେ ଜାହ୍ନବୀଙ୍କ ବିପକ୍ଷରେ ଟାଇଗର ଶ୍ରଫଙ୍କୁ ଦର୍ଶକେ ଦେଖିବାକୁ ପାଇବେ । କରନ୍ ଜୋହର ଏହାର ନିର୍ଦ୍ଦେଶନା ଦେବେ ।