ସୁସ୍ଥ ହେଲେ ମହାପ୍ରଭୁ ! ଆଜି ବିଜେ କରିବେ ରାଜପ୍ରସାଦ

40

କନକ ବ୍ୟୁରୋ: ଶ୍ରୀଜିଉଙ୍କୁ ଲାଗିହୋଇଛି ଦଶମୂଳ । ବିଳମ୍ବିତ ରାତିରେ ଏହି ନୀତି ସମ୍ପନ୍ନ ହୋଇଛି । ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି କରାଯାଉଥିବା ବେଳେ ପ୍ରଥମ କରି ତୁଳସୀ ଲାଗି ହୋଇଛି । ରାତି ୩ଟା ସୁଦ୍ଧା ପଣା ଭୋଗ ଶେଷ ହେବା ପରେ ବେହେରଣ ଦ୍ୱାର ବନ୍ଦ ହୋଇଥିଲା । ମହାପ୍ରଭୁଙ୍କୁ ତୁଳସୀ ଲାଗି ପରେ ଶ୍ରୀମନ୍ଦିର ବୈଦ୍ୟରାଜ ପ୍ରଦାନ କରିଥିବା ଦଶମୂଳ ଲାଗି ହୋଇଛି ।

ଗୋପନ ନୀତି ଶେଷ ହେବା ପରେ ଚକଟା ଭୋଗ ଲାଗି ହୋଇଛି । ବିଧିମୁତାବକ, ଶ୍ରୀଜିଉଙ୍କୁ ଏକାଦଶୀ ତିଥିର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଦଶମୂଳ ମୋଦକରେ ଶ୍ରୀଅଙ୍ଗର ଉପଚାର କରାଯାଇଛି । ତୁଳସୀ ଲାଗି ନୀତି ପରେ ମହାପ୍ରଭୁଙ୍କ ଚନ୍ଦନ ସର୍ବାଙ୍ଗ ହୋଇଛି ।