ଆପଣ ଜାଣନ୍ତି ନିର୍ଦ୍ଦେଶକ ରାଜାମୈାଲୀ ବି ଥିଲେ ‘ବାହୁବଳୀ’ରେ !

58

raja mouliଏସ୍ ଏସ୍ ରାଜାମୈାଲୀଙ୍କୁ ଏବେ ଛୋଟ ପିଲା ବି ଜାଣିଗଲେଣି । ଏହାର ସବୁ ଶ୍ରେୟ ଯାଏ ‘ବାହୁବଳୀ’ ର ସଫଳତା ପାଇଁ । ଫିଲ୍ମର କାହାଣୀ ଓ ଦୃଶ୍ୟାୟନ କାବୁ କରିଛି ସବୁ ସ୍ତରର ଦର୍ଶକଙ୍କୁ । ଫିଲ୍ମଟି ଏବେ ସୁଦ୍ଧା ମୋଟରେ ୧ହଜାର କୋଟି ଟଙ୍କା ବ୍ୟବସାୟ କରିସାରିଲାଣି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପରଦା ପଛରେ ରହିଥିବା ନିର୍ଦ୍ଦେଶକ ରାଜାମୈାଲୀ ବି ଏହି ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଏହା ସମସ୍ତଙ୍କୁ ଅଗୋଚର ।

ବାହୁବଳୀ’ରେ ଏକ ଦୃଶ୍ୟ ଅଛି । ଫିଲ୍ମରେ ମଦ୍ୟ ବିକ୍ରି କରୁଥିବା ଏକ ଚରିତ୍ର ଅଛି । ଯାହାଠୁ ବାହୁବଳୀ ମଦ କିଣେ ଓ ସୁମଧୁର ଗୀତ ଗାଏ । ସେ ଆଉ କେହି ନୁହେଁ ନିଜେ ରାଜାମୈାଲୀ । ଏହି ଦୃଶ୍ୟରେ ଅମରେନ୍ଦ୍ର ବାହୁବଳୀ ଏହି ଦୋକାନୀକୁ ଅଧିକ ମଦ୍ୟ ଦେବାକୁ କହେ ।

ଏହାସହ ମଧ୍ୟ ପଢନ୍ତୁ – ‘ବାହୁବଳୀ’ ପରେ ବାହୁବଳୀଙ୍କ ବଢିଲା କ୍ରେଜ୍ ! ନିଜର ପ୍ରାଇସ୍ ବଢାଇଲେ ପ୍ରଭାସ୍