ଇଂଲଣ୍ଡ ରାଜପ୍ରାସାଦରେ ଖୁସିର ମାହୋଲ ! ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଯୁବରାଜ ହେରୀ ଏବଂ ଅଭିନେତ୍ରୀ ମେଗନ୍ ।

52

ଇଂଲଣ୍ଡ ଯୁବରାଜ ହେରୀ ଆମେରିକା ଟିଭି ଧାରାବାହିକ “ସୁଟସ୍”ର ଅଭିନେତ୍ରୀ ମେଗନ୍ ମର୍କଲଙ୍କ ସହ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ୱିଣ୍ଡସର୍ ମହଲରେ ସ୍ଥିତ ସେଣ୍ଟ୍ ଜର୍ଜ ଗିର୍ଜାରେ ଆୟୋଜିତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ବିବାହ ପରେ ପ୍ରିନ୍ସ ହେରୀ ଏବଂ ମେଗନ୍ ସସେକ୍ସର ଡ୍ୟୁକ୍ ଏବଂ ଡଚେସ୍ ନାମରେ ପରିଚିତ ହେବେ । ସେଣ୍ଟ୍ ଜର୍ଜ ଚର୍ଚ୍ଚରେ ହିଁ ତାଙ୍କ ରିସେପସନ୍ ପାର୍ଟିର ଆୟୋଜନ ହେବ । ଭାରତ ସମୟ ଅନୁସାରେ ଦୁହିଁଙ୍କ ବିବାହ ମଧ୍ୟାହ୍ନ ୧.୩୦ ରେ ଅନୁଷ୍ଠିତ ହେବ । ଅପରାହ୍ନ ୪ ଘଟିକାରେ ପ୍ରିନ୍ସ ହେରୀ ମେଗନଙ୍କ ପ୍ରଥମ ବଧୂବେଶ ସହ ସାକ୍ଷାତ ହେବେ । ସମୟ ୫ ରୁ ୫.୩୦ ମଧ୍ୟରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହାପରେ ନବଦମ୍ପତୀଙ୍କ ରାଜକୀୟ ରିସେପସନ୍ ଆରମ୍ଭ ହେବ ଯାହା ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ବିବାହରେ ଯୋଗ ଦେଇଥିବା ଅତିଥି ନବଦମ୍ପତୀଙ୍କୁ ଉପହାର ଦେବା ବଦଳରେ ଚୟନ କରାଯାଇଥିବା ଚାରିଟିକୁ ଅର୍ଥ ଡୋନେଟ୍ କରିବାପାଇଁ ନବଦମ୍ପତୀଙ୍କ ପରାମର୍ଶ ରହିଛି । ମୁମ୍ବାଇର ମାଇନା ମହିଳା ଫାଉଣ୍ଡେସନ୍ ଏହି ଚାରିଟି ତାଲିକାରେ ରହିଅଛି । ୩୦୦ କୋଟି ଅର୍ଥ ବ୍ୟୟରେ ଆୟୋଜିତ ହେଉଥିବା ଏହି ବିବାହରେ ରିସେପସନ୍ ହଲରେ କେବଳ ୨.୬୮ ଟଙ୍କା ଖର୍ଚ୍ଚ କରାଯାଇଅଛି । ରିସେପସନ୍ ହଲଟି ସମ୍ପୁର୍ଣ୍ଣ ଭାବେ କାଚରେ ପ୍ରସ୍ତୁତ କରାଯାଇଛି । ମେଗନଙ୍କ ମା’ ଏହି ବିବାହରେ ସାମିଲ ହୋଇଥିବା ବେଳେ ପିତାଙ୍କ ହୃଦସର୍ଜରୀ କାରଣରୁ ସେ ବିବାହରେ ଯୋଗଦାନ ଦେଇପାରିବେନି । ରିପୋର୍ଟ ମୁତାବକ ବିବାହରେ ଆସିଥିବା କେକର ଦାମ୍ ୪୫ ଲକ୍ଷ ଟଙ୍କା ।