କନକ ବ୍ୟୁରୋ : ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର । ଘଟଗାଁ ମା’ ତାରିଣୀ ମନ୍ଦିରରେ ଅଘଟଣ । ମାନସିକ ପୂରଣ ନ ହେବାରୁ ନିଜ ଜିଭ କାଟିଲେ ଠାକୁରମୁଣ୍ଡାର ଯୁବକ । କେନ୍ଦୁଝରର ଏହି ପ୍ରସିଦ୍ଧ ଦୈବୀ ପୀଠରେ ଏହି ଅଘଟଣ ଘଟିଛି । ଯୁବକ ଜଣକ ହେଲେ ଠାକୁରମୁଣ୍ଡା ଅଂଚଳର ଦଶରଥ ଜେନା । ବର୍ତ୍ତମାନ ଦଶରଥଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ଅନ୍ୟପଟେ ଘଟଗାଁରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଛି ।
ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ ! ମାନସିକ ପୂରଣ ନହେବାରୁ ଜିଭ କାଟିଲେ ଠାକୁରମୁଣ୍ଡାର ଯୁବକ
/kanak/media/post_attachments/wp-content/uploads/2018/05/madhya_pradesh_india_woman_chops_off_tongue_chopped_body_self_harm_inflicing_self_harm_temple_1525950302_725x725.jpg)