୫୯୦ଟି ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି : ବିନା କୈାଣସି ପରୀକ୍ଷାରେ ମିଳିବ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ

39

ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ଭର୍ତ୍ତି ବୋର୍ଡ ଫାର୍ମାସିଷ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ଭର୍ତ୍ତି ମାଧ୍ୟମରେ ୫୯୦ ଜଣ ପ୍ରାର୍ଥୀଙ୍କ ଚୟନ କରାଯିବ ଏବଂ ତାଙ୍କୁ ଶୀଘ୍ର ହିଁ ନିଯୁକ୍ତ କରାଯିବ । ଏହା ସହିତ ଭର୍ତ୍ତିରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ରେ ୨୮ ଜୁନ୍ ୨୦୧୮ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ସହିତ ଜଡିତ ଅଧିକ ସୂଚନା ଏହି ପ୍ରକାରରେ ।

ପଦବୀ ସଂଖ୍ୟା : ଭର୍ତ୍ତି ରେ ୫୯୦ ଫାର୍ମାସିଷ୍ଟ ପଦରେ ନିଯୁକ୍ତ କରାଯିବ ।

ବେତନ : ଚୟନ ହୋଇଥିବା ପ୍ରାର୍ଥୀଙ୍କ ପେ-ସ୍କେଲ ୭୧୦୦-୩୭,୬୦୦ ଟଙ୍କା ଏବଂ ୩୬୦୦ ଟଙ୍କା ଗ୍ରେଡ୍ ପେ ଦିଆଯିବ ।

ଯୋଗ୍ୟତା : ଭର୍ତ୍ତିରେ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀ ଏବଂ ୨ ବର୍ଷର ଡିପ୍ଲୋମା କରିସାରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା : ଏହି ପଦ ପାଇଁ ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନ ଫିସ୍ : ଆବେଦକଙ୍କୁ ୧୬୦ ଟଙ୍କାର ଫିସ୍ ଦେବାକୁ ପଡିବ ।

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ ।