ଯାଜପୁର : ଅନୁସୂଚିତ ଜାତି ପ୍ରମାଣପତ୍ର ଦେଇ କେତେକ ପ୍ରାର୍ଥୀ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବାର ଅଭିଯୋଗ

31

କନକ ବ୍ୟୁରୋ : ମିଥ୍ୟା ଏସସି ସାର୍ଟିଫିକେଟ୍ ବା ଅନୁସୂଚିତ ଜାତି ପ୍ରମାଣପତ୍ର ଦେଇ ଯାଜପୁରରେ କେତେକ ପ୍ରାର୍ଥୀ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବାର ଅଭିଯୋଗ ଆସିଛି । ବିଶେଷକରି ଯାଜପୁର ରସୁଲପୁରରେ ସିଆରସିସି ରୂପେ କାମ କରୁଥିବା ଅମର ଚରଣ ସେଠୀ ଓ ବରଳାଙ୍ଗି ବାଉଁସଟା ପ୍ରାଥମିକ ସ୍କୁଲରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବା ଇନ୍ଦ୍ରମଣି ବେହେରାଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି ।

ଅମର ଚରଣ ସେଠୀଙ୍କ ଜାତି ରାଢ଼ି ଅର୍ଥାତ୍ ସାଧାରଣ ବର୍ଗ ଥିବା ବେଳେ ସେ ମିଥ୍ୟା ଅନୁସୂଚିତ ଜାତି ପ୍ରମାଣପତ୍ର ଦେବାର ଅଭିଯୋଗ ହୋଇଛି । ସେହିଭଳି ଇନ୍ଦ୍ରମଣି ବେହେରା ରାଢ଼ି ସଂପ୍ରଦାୟର ହୋଇଥିବା ବେଳେ ମିଥ୍ୟା ଅନୁସୂଚିତ ଜାତି ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଛି । ତୁରନ୍ତ ତଦନ୍ତ କରି ଦୋଷୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କିଛି ବଂଚିତ ପ୍ରାର୍ଥୀ । ତେବେ ଏହି ଅଭିଯୋଗର ତଦନ୍ତ ପାଇଁ ତହସିଲଦାରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି କହିଛନ୍ତି ଯାଜପୁରର ଡିପିସି ।