ଜଣେ ଯାତ୍ରୀଙ୍କ ଶରୀରର ଦୁର୍ଗନ୍ଧ ପାଇଁ ଜରୁରୀକାଳୀନ ଅବତରଣ କଲା ବିମାନ, ଅସୁସ୍ଥ ହୋଇପଡ଼ିଲେ ଅଧିକାଂଶ ଯାତ୍ରୀ !

79

ଶରୀର ଦୁର୍ଗନ୍ଧ ପାଇଁ ଅଧାରେ ଅବତରଣ କଲା ବିମାନ । କଥାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ନିକଟରେ ଟ୍ରାନ୍ସିଭିୟା ଏୟାର ଲାଇନ୍ସର ଏକ ବିମାନରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ନେଦରଲ୍ୟାଣ୍ଡର ଶିଫାଲ୍ ବିମାନବନ୍ଦରରୁ ସ୍ପେନ୍ ଯାଉଥିବା ବିମାନରେ ଜଣେ ଯାତ୍ରୀଙ୍କ ଶରୀରରୁ ଆସୁଥିବା ଦୁର୍ଗନ୍ଧ ପାଇଁ ଅନ୍ୟ ଯାତ୍ରୀଙ୍କ ଲାଗି ଅସହ୍ୟ ହୋଇଥିଲା। ସେମାନେ ବାନ୍ତି କରିବାକୁ ଲାଗିଥିଲେ। ବହୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କିଛି ଯାତ୍ରୀ ବାନ୍ତି କରିବା ସହ ଅଚେତ ମଧ୍ୟ ହୋଇ ଯାଇଥିଲେ । ଶେଷକୁ ବାଧ୍ୟ ହୋଇ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା।

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଅନୁଯାୟୀ, ଯାତ୍ରୀ ଜଣଙ୍କ ଶରୀରରୁ ଅସହନୀୟ ଦୁର୍ଗନ୍ଧ ଆସୁଥିଲା । ଏପରିକି ଅନ୍ୟ ଯାତ୍ରୀଙ୍କୁ ସୁସ୍ଥ ରଖିବା ଲାଗି ବିମାନ କର୍ମଚାରୀ ତାଙ୍କୁ ଶୌଚାଳୟରେ ମଧ୍ୟ ବନ୍ଦ କରିଥିଲେ । କିନ୍ତୁ ସେତେବେଳକୁ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ କିଛି ଯାତ୍ରୀ ବାନ୍ତି କରି ଅଚେତ ହୋଇ ଯାଇଥିଲେ । ଯାହା ଫଳରେ ବିମାନକୁ ପର୍ତ୍ତୁଗାଲ୍ ନେଇ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନ ବନ୍ଦରରେ ଦୁର୍ଗନ୍ଧ ବାହାରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ଅସୁସ୍ଥ ଯାତ୍ରୀଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଟ୍ରାନ୍ସଭିୟା ବିମାନର ଏପରି ଜରୁରୀକାଳୀନ ଅବତରଣ କରାଯାଇଛି।