ଆସପିରିନ୍ ଔଷଧ ମୁଣ୍ଡ ବିନ୍ଧାରୁ ମୁକ୍ତି ଦେବା ସହିତ ଏସବୁ କାମରେ ମଧ୍ୟ ଲାଗେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

57

ଆସପିରିନ୍ ଏକ ଏଭଳି ଔଷଧ, ଯାହା ଆମକୁ ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ। ଏଥିପାଇଁ ତାକୁ ଆମେ ପାଖରେ ରଖିଥାଉ। ହେଲେ ଆପଣ କ’ଣ ଜାଣନ୍ତି ଯେ ଆସପିରିନ୍ ଆହୁରି କେତେକ କାମରେ ବି ଲାଗିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ..

ଆସପିରିନରେ ସାଲି ସାଇକ୍ଲିନ୍ ଅମ୍ଳ ଅଛି, ଯେଉଁଥିରେ ମଏଶ୍ଚରାଇଜିଂ କ୍ଷମତା ରହିଛି। ଆପଣ ଆସପିରିନକୁ ମୁଣ୍ଡର କେଶରେ ଲଗାଇଲେ ରୁପି ଦୂର ହୋଇଥାଏ। ନିୟମିତ ଭାବେ ଏହାର ଉପଯୋଗ କଲେ କେଶରେ ରୁପି ହୋଇ ନଥାଏ। ଜଣେ ଗବେଷକ ଡ ଜୋସୁଆ ଜେଇଚନେର୍ କହିଛନ୍ତି ଯେ ସାମ୍ପୁରେ ଦୁଇଟି ଆସପିରିନ୍ ଟ୍ୟାବଲେଟ୍ ମିଶାଇ ମୁଣ୍ଡରେ ମାଲିସ୍ କରନ୍ତୁ। ଧୋଇବା ପୂର୍ବରୁ କିଛି ମିନିଟ୍ ବସନ୍ତୁ। ଦେଖିବେ ଏହା ମୃତ କୋଷଗୁଡିକୁ ଦୂର କରିବାରେ ସହାୟକ ହେବ। ଏହା ତ୍ୱଚାକୁ ସୁରକ୍ଷା ବି ପ୍ରଦାନ କରିବ। ମୁଣ୍ଡରେ ଝାଳ ବହିବା ବି କମ୍ ହୋଇଯିବ।

ବେଳେବେଳେ ଝାଳର ଦାଗ ଆପଣଙ୍କ ପୋଷାକ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଆପଣ କପଡା ଧୋଇବା ବେଳେ ଆସପିରିନ୍ ର ପ୍ରୟୋଗ କରିପାରନ୍ତି। ପୋଷାକର ଯେଉଁଠାରେ ଦାଗ ଲାଗିଛି ସେଠାରେ ଆସପିରିନ୍ ଲଗାଇ ଦିଅନ୍ତୁ ଓ କିଛି ସମୟ ପରେ ତାକୁ ପାଣି ଧୋଇ ଦିଅନ୍ତୁ। ଦେଖିବେ କପଡା ଦାଗହୀନ ହୋଇଯିବ।

ଯଦି ଆପଣଙ୍କ କାରର ବ୍ୟାଟେରି ଠିକ୍ ଭାବେ କାମ କରୁ ନଥିବ, ବା ମଝିରେ ମଝିରେ ସେଥିପାଇଁ ଗାଡି ଅଟକି ଯାଉଥିବ, ତେବେ ଆପଣ ବ୍ୟାଟେରିରେ କିଛି ଆସପିରିନ୍ ବଟିକା ପକାନ୍ତୁ। ଦେଖିବେ ସେଥିରେ ଥିବା ସାଲି ସାଇକ୍ଲିନ୍ ଅମ୍ଲର ପ୍ରଭାବ ଫଳରେ ବ୍ୟାଟେରି ଠିକ୍ ଭାବେ କାର୍ଯ୍ୟକ୍ଷମ ହେବ ଓ କାର୍ ଠିକ୍ ଚାଲିବ।