କେନ୍ଦୁଝର ତେଲକୋଇ ବନାଂଚଳ ଉଦୟଗିରିରେ ଦନ୍ତା ହାତୀ ଅସୁସ୍ଥ

29

କନକ ବ୍ୟୁରୋ : କେନ୍ଦୁଝର ତେଲକୋଇ ବନାଂଚଳ ଉଦୟଗିରି ମୁଣ୍ଡା ସାହୀ କାଜୁ ବଗିଚାରେ ପଡିରହିଛି ଅସୁସ୍ଥ ଦନ୍ତା ହାତୀ । ହାତୀଟି ଅସୁସ୍ଥ ଅବସ୍ଥାରେ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ଟିମ ପହଂଚି ହାତୀଟିର ଚିକିତ୍ସା କରିଛନ୍ତି ।