ନିଦ ହଜାଇଛି ଜଙ୍ଗଲୀ ହାତୀ ! ଅଣଆୟତ ହାତୀ, ଘର ଭାଙ୍ଗି ଗ୍ରାମବାସୀଙ୍କ ଜୀବନ ଜୀବିକାକୁ କରୁଛି ପ୍ରଭାବିତ ।

46

କନକ ବ୍ୟୁରୋ: ଗ୍ରାମବାସୀଙ୍କୁ ଏବେ ଭୟବୀତ କରିଛି ହାତୀ ଆତଙ୍କ । ରାତି ଉଜାଗର ରହି ଜଗୁଛନ୍ତୀ ହାତୀକୁ । ଘର ଭାଙ୍ଗିବା ସହ ଧାନ ଚାଉଳ ଯାହା ଅଛି ଖାଇ ଉତ୍ପାତ କରୁଛି ଜଙ୍ଗଲୀ ହାତୀ । ହାତୀକୁ ଘଉଡାଇବା ପାଇଁ ପାଖରେ ନାହିଁ ବାଣ କି ଲାଇଟ । ବନ ବିଭାଗକୁ କହିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏମିତି ଘଟଣା ଘଟିଛି ହାଟଡିହି ବ୍ଲକ ନୁଆରଗୁଡି ଗାଁରେ ।

ସୁଚନା ମୁତାବକ କେନ୍ଦୁଝର ଜିଲା ହାଟଡିହି ବ୍ଲକର ଆଦିବାସୀ ବହୁଳ ଗହଳଡାହିି ସାହିରେ ଏବେ ହାତୀ ଆଙ୍କରେ ଭୟବୀତ ଗ୍ରାମବାସୀ । ୯୦ ଭାଗ ଲୋକ ଆଦିବାସୀ ଓ ଗରୀବ ଶ୍ରେଣୀର । ଜଙ୍ଗଲ ନିକଟରେ ରହୁଥିବାରୁ ସବୁ ବେଳେ ହାତୀ ଭୟ ସାଙ୍ଗକୁ ଭାଲୁ ଭୟରେ ରହୁଛନ୍ତି ଗାଁ ଲୋକ । ଅଧିକାଂଶ ସମୟରେ ୨ଟି ହାତୀ ଆସି ଲୋକମାନଙ୍କର ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋଟେ ଦନ୍ତା ହାତୀ ଆସି ଗ୍ରାମର ପାର୍ବତୀ ମହାନ୍ତଙ୍କ ଘର ଭାଙ୍ଗିବା ସହ ତାଙ୍କର ୩ଟି ଛେଳି ମାରିଦେଇଥିବା ଅଭିଯୋଗ ହୋଇଛି ।

ସେହିଭଳି ହାତୀ ଆତଙ୍କ ଗ୍ରାମବାସୀ ମାନଙ୍କର ନିତିଦିନିଆ ହୋଇଥିବା ବେଳେ ବନ ବିଭାଗକୁ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ହାତୀ ଅଭୟାରଣ୍ୟ ହଦଗଡ ନିକଟରେ ଗ୍ରାମବାସୀ ମାନେ ରହୁଥିବାରୁ ହାତୀ ତାର ଚଲାବୁଲା କରୁଥିବା ବେଳେ ଗ୍ରାମ ମୁହାଁ ହୋଇଯାଉଛି ବୋଲି ସଫେଇ ଦେଇଛନ୍ତୀ ଆନନ୍ଦପୁର ଡିଏଫଓ । ଏବଂ କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷତିପୂରଣ ଦେବା ସହ ହାତୀ ଲାଇଟ ଓହାତୀ ମାନଙ୍କୁ ଘଉଡାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।