ଢେଙ୍କାନାଳରେ ପଂଚାୟତ ନିର୍ବାଚନୀ ହିଂସା : ତରଭା ଗୁଳିମାଡ ଘଟଣାରେ ୨ଅଟକ

52

କନକ ବ୍ୟୁରୋ : ଢ଼େଙ୍କାନାଳରେ ପଂଚାୟତ ନିର୍ବାଚନୀ ହିଂସା । ତରଭା ଗୁଳିକାଣ୍ଡ ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ପୁଲିସ । ଗତକାଲି ତରଭାରେ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତି ଜଣକ ବିଜେପି କର୍ମୀ ସଲମାନ ରାଉତ ବୋଲି ଜଣାପଡିଛି । ଗୁଳିମାଡ଼ ପରେ ସଲମାନଙ୍କୁ ଢ଼େଙ୍କାନାଳ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା ।

ଆଉ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମେଡ଼ିକାଲ ପରିସରରେ ଉତେଜନା ଦେଖିବାକୁ ମିଳିଥିଲା । ଉତ୍ୟକ୍ତ ଲୋକମାନେ ମେଡିକାଲ ସାମନାରେ ଶବ ରଖି ବିକ୍ଷୋଭ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –