ଶିଶୁର ନାମକରଣ ପାଇଁ ହେଲା ନିର୍ବାଚନ ! ଲୋଡାହେଲା ବହୁମତ, ବାଲାଟ ପେପରରେ ପଡିଲା ଭୋଟ ।

29

ନିର୍ବାଚନକୁ ଗଣତନ୍ତ୍ରର ଏକ ବଡ ପର୍ବ ବୋଲି କୁହାଯାଇଥାଏ । କାହିଁକି ନା ନିର୍ବାଚିତ ହୋଇଥିବା ସରକାରଙ୍କ ଦ୍ୱାରା ହିଁ ଜନତାଙ୍କର ବିକାଶ କାର୍ଯ୍ୟ କରାଯାଇଥାଏ । ଗଣତନ୍ତ୍ରରେ ନିର୍ବାଚନ ଜରିଆରେ ସରକାର ଚୟନ କରାଯାଇଥାଏ । କିନ୍ତୁ ଗୋଟିଏ ପରିବାରରେ ନବଜାତ ଶିଶୁର ନାମକରଣ ପାଇଁ ନିର୍ବାଚନ ହୋଇଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ହୁଏତ ଆପଣ ଏହା ଶୁଣିନଥିବେ ତେବେ ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ଏଭଳି ଘଟଣା ଘଟିଛି ।

ଏଠାରେ ଜଣେ ଜଣେ ଦମ୍ପତ୍ତି ନିଜ ନବଜାତ ଶିଶୁଙ୍କର ନାମ ରଖିବା ପାଇଁ ନିଜ ପରିବାରବର୍ଗ, ସାଙ୍ଗସାଥୀ ଏବଂ ସମ୍ପର୍କୀୟ ମାନଙ୍କ ମଧ୍ୟରେ ମତଦାନ କରାଇଥିଲେ । ମିଥୁନ ଏବଂ ମାନସୀ ଏପ୍ରିଲ ୫ ତାରିଖ ଦିନ ନବଜାତ ଶିଶୁର ନାମକରଣ ପାଇଁ ଏକ ନିଆରା ପଦକ୍ଷେପ ଆପଣାଇଥିଲେ । ସେମାନେ ମତଦାତା ରୂପରେ ନିଜ ପରିବାରବର୍ଗଙ୍କ ସମେତ, ସାଙ୍ଗସାଥୀ ଏବଂ ସମ୍ପର୍କୀୟ ମାନଙ୍କୁ ସାମିଲ କରାଇଥିଲେ ଏବଂ ଜୁନ ୧୫ ତାରିଖ ଦିନ ଭୋଟିଂ ମଧ୍ୟ କରାଯାଇଥିଲା । ଶିଶୁଟି ପାଇଁ ତିନୋଟି ନାମର ସଜେଷ୍ଟ ଆସିଥିଲା । କିନ୍ତୁ ବାପା ମା ଶିଶୁର ନାମକରଣ ପାଇଁ ବାଲାଟ ପେପର ବ୍ୟବହାର କରିଥିଲେ । ଏପରିକି ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାସଂଦ ନାନା ପଟୋଲେ ମଧ୍ୟ ସାମିଲ ହୋଇଥିଲେ । ତେବେ ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୧୯୨ଟି ଭୋଟ ପଡିଥିଲା । ଏବଂ ଏଥିମଧ୍ୟରୁ ଅଧିକାଂଶ ଭୋଟ ଅନୁଯାୟୀ ଶିଶୁଟିର ନାମକରଣ କରାଯାଇଥିଲା ।