ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଭେମ୍ବର ୧୨ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ଏକଜିଟ ପୋଲ ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ

ଦେଶର ଅନେକ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ନିର୍ବାଚନ

45

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ କେଉଁ ସ୍ଥାନରେ କିଏ ଜିତିବ ତାହାର ଅନୁମାନ କରାଯାଇଥାଏ । କେବଳ ଅନୁମାନ କରାଯାଇଥାଏ ତାହା ନୁହେଁ ବରଂ ତାହାକୁ ଗଣମାଧ୍ୟମରେ ମଧ୍ୟ ପ୍ରଚାରପ୍ରସାର କରାଯାଇଥାଏ । ତେବେ ମିଳିଥିବା ସୂଚନା ଅନୁସାରେ, ଭାରତର ନିର୍ବାଚନ କମିସନ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକଜିଟ ପୋଲ୍ (ବୁଥ୍ ବାହୁଡ଼ା ମତ)ର ପ୍ରସାରଣ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧୨ ନଭେମ୍ବରରୁ ୭ ଡିସେମ୍ବର ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଏକଜିଟ ପୋଲ ପ୍ରସାରଣ ହୋଇପାରିବ ନାହିଁ ଏବଂ ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନ ବିଜ୍ଞପ୍ତି ଜାରି କରିଛନ୍ତି।

 

ଲୋକ ପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୧୨୬(କ)ରେ ଥିବା ବ୍ୟବସ୍ଥା ଅନୁଯାୟୀ କୌଣସି ଏକଜିଟ ପୋଲ ବ୍ୟବସ୍ଥା କରିବା ଏବଂ ତାହାର ପରିଣାମ ପ୍ରକାଶ କିମ୍ବା ପ୍ରସାରଣ କରିବା ଉପରେ ନିର୍ବାଚନ କମିସନ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ କଟକଣା ଲଗାଇପାରିବେ। ୫ଟି ରାଜ୍ୟ (ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ)ରେ ୧୨ ନଭେମ୍ବରରୁ ୭ ଡିସେମ୍ବର ମଧ୍ୟରେ ଭୋଟ୍ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ୨୮ ନଭେମ୍ବରରେ ମତଦାନ ହେବାକୁ ଥିବା ବେଳେ ରାଜସ୍ଥାନରେ ୭ ଡିସେମ୍ବର, ତେଲେଙ୍ଗାନାରେ ୭ ଡିସେମ୍ବର, ଛତିଶଗଡ଼ରେ ୧୨ ନଭେମ୍ବର ଏବଂ ୨୦ ନଭେମ୍ବର ଏବଂ ମିଜୋରାମରେ ୨୮ ନଭେମ୍ବରରେ ମତଦାନ ହେବ।

ମତାମତ

Your email address will not be published.