ବୃଦ୍ଧି ପାଇଲା ସେନାର ଶକ୍ତି ! ଭାରତୀୟ ସେନାରେ ସାମିଲ ହେଲା ଶକ୍ତିଶାଳୀ ତୋପ ଏମ୍-୭୭୭ ।

75

କନକ ବ୍ୟୁରୋ : ବୃଦ୍ଧି ପାଇଲା ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହୋଇଛି ଶକ୍ତିଶାଳୀ ତୋପ ଏମ-୭୭୭ । ୨ପ୍ରକାରର ତୋପ ହୋୱିଜର ୩ଟି ଓ କେ-୯ ବଜ୍ରର ୩ଟି ଲେଖାଏଁ ତୋପ ସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସ୍ଥଳ ସେନା ମୁଖ୍ୟ ବିପିନ ରାୱତଙ୍କ ଉପସ୍ଥିତିରେ ଏମ୍-୭୭୭କୁ ଭାରତୀୟ ସେନାରେ ସାମିଲ କରାଯାଇଛି । ୩୧ବର୍ଷର ବ୍ୟବଧାନ ପରେ ଭାରତକୁ ମିଳିଛି ଏହି ଶକ୍ତିଶାଳୀ ତୋପ ।

ବୋଫର୍ସ ପରେ ଏହି ଦୁଇ ତୋପ ପାଇଁ ୧୯୮୬ରେ ଚୁକ୍ତି କରାଯାଇଥିବା ବେଳେ କୌଣସି କାରଣରୁ ଏହି ଡିଲ୍ ଅଟକି ରହିଥିଲା । ଏହି ତୋପ ଗୁଡିକରେ ଅପଟିକାଲ ଫାୟାର କଂଟ୍ରୋଲ ରହିଛି । ୨ ହଜାର ୯ ଶହ କୋଟି ବଜେଟରେ ଏହାର ନିର୍ମାଣ ହୋଇଛି । କିଛି ଦିନ ପୂର୍ବରୁ ସାଉଥ କୋରିଆରୁ ଭାରତରେ ପହଁଚିଥିଲା ଏହି ଦୁଇଟି ଶକ୍ତିଶାଳୀ ତୋପ । ପୋଖରାଣରେ ପରୀକ୍ଷଣ ପରେ ଆଜି ଏହା ଭାରତୀୟ ସେନାରେ ସାମିଲ ହୋଇଛି । ମହାରାଷ୍ଟ୍ର ନାସିକରେ ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।