ପୁଣି ଫେରିଲା ଅଣ୍ଡାମାଡ : ବଲାଙ୍ଗୀରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡି ଉପରକୁ ଅଣ୍ଡାମାଡ

28

ବଲାଙ୍ଗୀର : ପୁଣି ଫେରିଲା ଅଣ୍ଡାମାଡ। ଏଥର ଟାର୍ଗେଟରେ ବିଜେଡିର ବାହୁବଳୀ ମନ୍ତ୍ରୀ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପରେ ହୋଇଛି ଅଣ୍ଡାମାଡ । ମନ୍ତ୍ରୀ ପ୍ରଦୀପ ମହାରଥୀ ବଲାଙ୍ଗୀର ଗସ୍ତ କରିଥିଲେ । ଏହି ସମୟରେ ବଲାଙ୍ଗୀରର ସୁଦପଡା ନିକଟରେ କୃଷିମନ୍ତ୍ରୀଙ୍କୁ ଅଣ୍ଡାମାଡ ହୋଇଛି ।

ମନ୍ତ୍ରୀ ଆସୁଥିବା ନେଇ ପୂର୍ବରୁ ଖବର ପାଇସାରିଥିଲେ ବିଜେପିି କର୍ମୀ । ମନ୍ତ୍ରୀଙ୍କୁ ଘେରିବାକୁ ତିଆରି ହୋଇଥିଲା ପ୍ଲାନ୍ । ଯୋଜନା ଅନୁସାରେ କୃଷିମନ୍ତ୍ରୀଙ୍କ ଗାଡି ସୁଦପଡା ଲେଭଲକ୍ରସିଂ ନିକଟରେ ପହଁଚିବା କ୍ଷଣି ରାସ୍ତାକୁ ଆସିଯାଇଥିଲେ ବିଜେପି କର୍ମୀ । ହାତରେ ନେଇ ଆସିଥିବା ଅଣ୍ଡାକୁ ମନ୍ତ୍ରୀଙ୍କ ଗାଡି ଉପରକୁ ମାଡ କରିଥିଲେ। କଳାପତାକା ବି ଦେଖାଇଥିଲେ । ତେବେ ପୁଲିସ ବିଜେପି କର୍ମୀଙ୍କୁ ଧରିନେଇଛି । ମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଥିବା ଅଭିଯୋଗରେ ୮ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ ।