ବଢ଼ୁଥିବା ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏମଆଇସିର ନୂଆ ପଦକ୍ଷେପ : ଦେଶର ଏହି ସହରରେ ହେବ ଇକୋ-ଫ୍ରେଣ୍ଡଲୀ ଅନ୍ତିମ ସଂସ୍କାର

34

ରାୟପୁରରେ ଏବେ ଇକୋ-ଫ୍ରେଣ୍ଡଲୀ ଉପାୟରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏମଆଇସିର ବୈଠକରେ ନିର୍ଣ୍ଣୟ ନିଆଯାଇଛି କି ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଗୋବର ଘଷିରେ ଶେଷକୃତ୍ୟ କରାଯିବ । ଏହା ଦ୍ୱାରା ଗଛ କାଟିବା ଉପରେ ବି ରୋକ ଲାଗିବ ।

ଇନଡୋର୍ ଷ୍ଟାଡିୟମକୁ ୧୦ ବର୍ଷ ପାଇଁ ଠିକାରେ ଦିଆଯିବ । ଡୋର୍ ଟୁ ଡୋର୍ ଅଳିଆ ସଂଗ୍ରହକୁ ନେଇ ଅତିରିକ୍ତ ୟୁଜର ଚାର୍ଜ ନେବାର ପ୍ରସ୍ତାବ ଏମଆଇସିରେ ଆସିଥିଲା । ସ୍ୱାସ୍ଥ୍ୟ ବିଭାଗର ଅଧ୍ୟକ୍ଷ ଏହାର ବିରୋଧ କଲେ ଯଦ୍ୱାରା ଏହି ପ୍ରସ୍ତାବ ପାସ ହୋଇପାରିଲାନି ।

‘ପହଲ’ ନାମକ ଏକ ସଂସ୍ଥା ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଏବଂ ଗଛ କାଟିବାକୁ ରୋକିବା ପାଇଁ ଗୋବର ଘଷି ଦ୍ୱାରା ଅନ୍ତିମ ସଂସ୍କାର କରି ଇକୋ-ଫ୍ରେଣ୍ଡଲୀ ଉପାୟ ଆପଣେଇବାର ପ୍ରସ୍ତାବ ଦେଇଥିଲେ । ଏହି ସଂସ୍ଥା ଗୋବର ଘଷି ତିଆରି କରିବା ପାଇଁ ଗୋକୁଲ ନଗରରେ ୪ ହଜାର ବର୍ଗଫୁଟ୍ ଜମି ଦାବି କରିଛନ୍ତି ।

ରାଜଧାନୀ ସ୍ଥିତ ବଲବୀର ସିଂହ ଜୁନେଜା ଇଣ୍ଡୋର ଷ୍ଟାଡିୟମକୁ ଠିକା ଦେବା ପ୍ରସ୍ତାବ ଏମଆଇସିରେ ରଖାଯାଇଥିଲା, ଯାହାକୁ ସଦସ୍ୟମାନେ ସ୍ୱୀକୃତି ଦେଇଛନ୍ତି । ଏହା ଦ୍ୱାରା ନଗର ନିଗମକୁ ୧୦ ବର୍ଷରେ ୬ କୋଟି ୫୪ ଲକ୍ଷ ୬ ହଜାର ୨୭୧ ଟଙ୍କାର ଆୟ ହେବ ।