ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଙ୍ଗ ! ଆସନ୍ତା ୧୦ରେ ଲ’ କମିଶନଙ୍କ ନିକଟରେ ପକ୍ଷ ରଖିବ ବିଜୁ ଜନତା ଦଳ ।

41

ଦେଶରେ ଏକକ ନିର୍ବାଚନ ପ୍ରସ୍ତାବକୁ ନେଇ ଆସନ୍ତା ୧୦ ତାରିଖ ଦିନ ଲ’ କମିଶନଙ୍କ ନିକଟରରେ ପକ୍ଷ ରଖିବ ବିଜେଡି । ଏନେଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଏକକ ନିର୍ବାଚନର ପ୍ରବର୍ତକ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ହିଁ ୨୦୦୪ ମସିହାରେ ଏହି ପଦକ୍ଷେପ ନେଇଥିଲେ । ୨୦୦୫ ମସିହାରେ ରାଜ୍ୟର ନିର୍ବାଚନ ହେବାକୁ ଥିବାବେଳେ ଆଗୁଆ ବିଧାନସଭା ଭାଙ୍ଗି ଏଭଳି ନିର୍ବାଚନ କରିଥିଲେ । ଭାରତରେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ସାହସ କରିନାହାନ୍ତି ବୋଲି କହିଛନ୍ତି ପିନାକୀ ମିଶ୍ର ।

ତେବେ ଚଳିତ ନୀତି ଆୟୋଗ ବୈଠକରେ ଏକକ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଥିଲେ । ନୀତି ଆୟୋଗରେ ଯୋଗ ଦେଇନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ମୋଦିଙ୍କୁ ସମର୍ଥନ ଜଣାଇବା ନେଇ ଚର୍ଚ୍ଚା ହୋଇଥିଲା । ଏଠି ପ୍ରଶ୍ନ ଉଠୁଛି ଯେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ କାହାକୁ ଫାଇଦା ମିଳିବ ଏବଂ କାହାର କ୍ଷତି ହେବ ତାକୁ ନେଇ ବର୍ତ୍ତମାନ ତର୍ଜମା ଚାଲିଛି । ୨୦୦୪ରୁ ଦୁଇଟିଯାକ ନିର୍ବାଚନ ଏକାଠି ସାମ୍ନା କରୁଥିବା ବିଜେଡି ପାଇଁ ଏଭଳି ନିଷ୍ପତି ପ୍ରଭାବହୀନ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

କେନ୍ଦ୍ରରେ ଏନଡିଏ-ୱାନ ସରକାର ସମୟରେ ଯେତେବେଳେ ଆଗୁଆ ଲୋକସଭା ନିର୍ବାଚନ ହେଲା, ସେତେବେଳେ ନବୀନ ମଧ୍ୟ ବିଧାନସଭାକୁ ଭଙ୍ଗକରି ବର୍ଷକ ପୂର୍ବରୁ ଆଗୁଆ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ଯାହାର ଫାଇଦା ମଧ୍ୟ ବିଜୁ ଜନତା ଦଳକୁ ବେଶ ଭଲଭାବେ ମିଳିଥିଲା । ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏପରି ଏକକ ନିର୍ବାଚନକୁ ଗ୍ରୀନ ସିଗନାଲ ଦେଇଛନ୍ତି । ତେବେ ଆସନ୍ତା ୧୦ ତାରିଖ ଦିନ ବିଜେଡି ତରଫରୁ ସାଂସଦ ପିନାକୀ ମିଶ୍ର ଲ’ କମିଶନଙ୍କ ନିକଟରେ ବିଜୁ ଜନତା ଦଳର ଏକକ ନିର୍ବାଚନକୁ ନେଇ ବିଦ୍ଧିବଧଭାବେ ପକ୍ଷ ରଖିବାକୁ ଥିବାବାବେଳେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଯାହାକି ଆୟୁଷ୍ମାନ ଭାରତକୁ ବିରୋଧ, ନୀତି ଆୟୋଗ ବୈଠକରୁ ଦୂରେଇ ରହିଥିବା ନବୀନ । ହଠାତ୍ କିଭଳି ଏକକ ନିର୍ବାଚନକୁ ସମ୍ମତି ଜଣାଇଲେ ତାକୁ ନେଇ ନିକଟରେ ନବୀନଙ୍କୁ ବିରୋଧୀମାନେ ସମାଲୋଚନା ମଧ୍ୟ କରିଛନ୍ତି ।