ଥରିଲା ଦିଲ୍ଲୀର ଏନସିଆର ଅଂଚଳ ! ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦

92

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ସମେତ ଏନସିଆର ଅଂଚଳରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହି ଭୂମିକମ୍ପର ତୀବ୍ରତା ଥିଲା ୪.୦ । ଦିଲ୍ଲୀ ସମେତ ଉତ୍ତର ପ୍ରଦେଶର  ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା, ଅନୁଭବ କରିଛନ୍ତି ଲୋକେ । କୁହାଯାଉଛି ଏହି ଭୂମିକମ୍ପର କେନ୍ଦ୍ର ପଶ୍ଚିମ ଉତ୍ତରପ୍ରଦେଶର ବାଗପତ । ଭୂମିକମ୍ପ ଝଟକା ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଭୂମିକମ୍ପର ଏପିସେଣ୍ଟର ମାଟିର ୬ କିମି ତଳେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି କେବଳ ଦିଲ୍ଲୀ ଏନସିଆର ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ଆଜି ତାଜାକିସ୍ତାନ ଓ ଆମେରିକାର ଅନେକ ଅଂଚଳରେ ଭୂମିକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ । ଆମେରିକା ବ୍ଲୁଫଡ଼େଲରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭବ ହୋଇଛି ।