ବିବାହ ପାଇଁ ମାଟ୍ରିମୋନିଆଲ୍ ସାଇଟକୁ ଫଲୋ କରୁଥିବା ଲୋକ ସାବଧାନ ! ଫେକ୍ ଆକାଉଣ୍ଟ୍ ପ୍ରସ୍ତୁତ କରି ଠକାଯାଉଛି ଲକ୍ଷ ଲକ୍ଷ ଟଙ୍କା । 

133

ଯଦି ଆପଣ ବିବାହ ପାଇଁ ମାଟ୍ରିମୋନିଆଲ୍ ସାଇଟ୍ କୁ ସର୍ବୋକୃଷ୍ଟ ଭାବି ଅନ୍ଧ ଭଳି କାହା ଉପରେ ବିଶ୍ୱାସ କରୁଛନ୍ତି ତେବେ ଏହି ଖବର ପଢିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଦ୍ୱାରିକାର ମୋହନ୍ ଗାର୍ଡନ ଥାନାଧିକାରୀ ଏଭଳି ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି ଯେ ମାଟ୍ରିମୋନିଆଲ୍ ସାଇଟରେ ଯୁବତୀମାନଙ୍କୁ ଠକି ତାଙ୍କ ଠାରୁ ଟଙ୍କା ଲୁଟୁଥିଲେ । ସେ ଏହି ସାଇଟରେ ଫେକ୍ ଆକାଉଣ୍ଟ୍ ଖୋଲି ଏଭଳି ଠକାମୀ କରୁଥିଲେ । ଗୁରୁଗ୍ରାମ୍ ର ଏକ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀଙ୍କୁ ଦେହରାଦୁନ୍ ନିବାସୀ ଅଶୀଷ୍ କୁକରେତୀ (୨୭) ନାମକ ଜଣେ ଯୁବକ ୫୦ ହଜାର ଟଙ୍କା ଦେଇ ଠକି ଦେଇଥିଲେ ।

ପ୍ରଥମେ ସାଇଟ୍ ରେ ବନ୍ଧୁତା ଆରମ୍ଭ ଏବଂ ପରେ ପ୍ରେମ ଏହାପରେ ଠକାମୀ ଆରମ୍ଭ  । ଏଭଳି ଉପାୟରେ ଅଶୀଷ୍ ଅନେକ ଯୁବତୀଙ୍କ ଠାରୁ ଏଭଳି ଟଙ୍କା ଲୁଟିଥିବା କଥା ସ୍ୱୀକାର କରିଛନ୍ତି । ଉକ୍ତ ଯୁବତୀଙ୍କ ପାଇଁ ସେ ଅଶୋକ ବର୍ମା ନାମକ ଏକ ପ୍ରୋଫାଇଲ୍ ଖୋଲି ରଖିଥିଲେ । ଯେଉଁଥିରେ ସେ ନିଜକୁ ଏକ ବଡ ବ୍ୟବସାୟୀ କହିବା ସହ ବାର୍ଷିକ ଆୟ ୧ କୋଟି ଟଙ୍କା କହିଥିଲେ । ପୀଡିତା ଜଣକ ପ୍ରୋଫାଇଲ୍ ଦ୍ୱାରା ପ୍ରଭାବିତ ହୋଇ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହାପରେ ଏମରଜେନ୍ସୀ କଥା କହି ସେ ଉକ୍ତ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ନେଇଥିଲେ । ଲଗାତାର ଫୋନ୍ କରିବା ପରେ ଫୋନ୍ ନ ଉଠାଇବା ପରେ ଯୁବତୀ ଜଣକ ଥାନାରେ ଏନେଇ ଏତଲା ଦେଇଥିଲେ । ପୋଲିସ୍ ଜାଞ୍ଚ୍ କରି ଠକକୁ ଗିରଫ କରିଥିଲେ ।