ରିଓରେ ନିରାଶ କଲେ ଦୂତୀ ଚାନ୍ଦ : ୧୦୦ ମିଟର ହିଟ୍ସରେ ପଛରେ ରହିଲେ ଦୂତୀ

76

କନକ ବ୍ୟୁରୋ : ନିରାଶ କଲେ ଦୂତି ଚାନ୍ଦ । ଓଡିଆ ଧାବିକା ଦୂତି ଚାନ୍ଦ ଆଜି ରିଓ ଟ୍ରାକରେ ଦୌଡିଥିବାବେଳେ ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ କରିଛନ୍ତି ଦୂତୀ । ୧୦୦ ମିଟର ହିଟ୍ସରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରିଓରେ ୧୦୦ ମିଟରକୁ ୧୧ ଦଶମିକ ୬୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି ଚାନ୍ଦ । ତେବେ ତାଙ୍କ ହିଟ୍ସରେ ଟପ କରିଥିବା ଧାବିକା ୧୧ ଦଶମିକ ୨୪ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଛନ୍ତି ।

ତେଣୁ ଚର୍ଚ୍ଚା ହେଉଛି ନିଜ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ ୧୧.୨୪ ସେକେଣ୍ଡରେ ୧୦୦ ମିଟର ଭଳି ପ୍ରଦର୍ଶନ କରିଥିଲେ ମଧ୍ୟ ଦୂତି ପ୍ରତିଯୋଗିତାରେ ରହିବା ସମ୍ଭାବନା ସୃଷ୍ଟି ହୋଇଥାନ୍ତା । ଏପରିକି ରିଓ ଅଲିମ୍ପିକ୍ସ ପାଇଁ ୧୧.୩୦ ସେକେଣ୍ଡରେ ୧୦୦ ମିଟର ଦୌଡି ଯୋଗ୍ୟତା ଅର୍ଜନ କରିଥିଲେ ଦୂତି ଚାନ୍ଦ । ଏହି ପ୍ରଦର୍ଶନ ସହିତ ଦୂତି ଚାନ୍ଦଙ୍କ ରିଓ ଅଭିଯାନ ଶେଷ ହୋଇଛି ।

ଏବେ ୨୦୦ ମିଟରରେ ଓଡିଆ ଧାବିକା ଶ୍ରାବଣୀ ନନ୍ଦଙ୍କ ଉପରେ ନଜର ରହିଛି । ଆସନ୍ତା ୧୫ ତାରିଖରେ ରିଓ ଟ୍ରାକରେ ଦୌଡିବେ ଶ୍ରାବଣୀ ନନ୍ଦ ।