ଆଜିର ସମୟ ମୋ ପାଇଁ ନଥିଲା : ଟ୍ୱିଟରରେ ଦୂତୀ ରଖିଲେ ପ୍ରତିକ୍ରିୟା

26

କନକ ବ୍ୟୁରୋ : ରିଓରେ ବିଫଳ ହେବା ପରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ଦୂତୀ ଚାନ୍ଦ। ଲେଖିଛନ୍ତି ଆଜି ମୋ ପାଇଁ ସମୟ ଠିକ ନଥିଲା, ବିଶ୍ୱାସ ଓ ଭରସା କରିଥିବାରୁ ଧନ୍ୟବାଦ। ପ୍ରଥମଥର ପାଇଁ ଭାଗ ନେଲି, ଟାଇମିଂ ଭଲ ରହିଲାନି। ସକାଳୁ ବର୍ଷା ପାଗ ରହିବାରୁ ଶରୀର ମାନ୍ଦା ଥିଲା।

ପି.ଟି ଉଷାଙ୍କ ପରେ ଦ୍ୱିତୀୟ ମହିଳା ଭାବେ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇଥିଲେ ଦୂତୀ ଚାନ୍ଦ । ୩୬ ବର୍ଷ ପରେ ୧୦୦ ମିଟର ଦୌଡରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ ଦୂତୀ । ସେଥିପାଇଁ ତାଙ୍କ ସଫଳତା କାମନା କରି ଚାରିଆଡେ ଚାଲିଥିଲା ପୂଜାର୍ଚ୍ଚନା । ହେଲେ ସମଗ୍ର ଭାରତବାସୀଙ୍କୁ ନିରାଶ କରିଛନ୍ତି ଦୂତୀ ଚାନ୍ଦ ।