ଅସଲି ବାସ୍ନା ନକଲି ଘିଅ ! ରୁଚି ଗୋଲ୍ଡ ତେଲରୁ ପ୍ରସ୍ତୁତ ହେଉଛି ନକଲି ଘିଅ, ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ

49

କନକ ବ୍ୟୁରୋ : ଆପଣ ବଜାରରୁ କିଣୁଥିବା ଘିଅ ଅସଲି ତ? ନାମୀ-ଦାମୀ ବ୍ରାଣ୍ଡର ଡବାରେ ବି ଆସୁଛି ନକଲି ଘିଅ । ଯଦି ଘିଅ କିଣିବାକୁ ଯାଉଛନ୍ତି ଟିକିଏ ସାମଧାନ ରୁହନ୍ତୁ, କାହିଁକି ନାଁ ବଜାରରେ ଅସଲି ଡବାରେ ମିଳୁଛି ନକଲି ଘିଅ । ଆଜି ଭୁବନେଶ୍ୱରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଘିଅ କିଣିବା ପୂର୍ବରୁ ଆପଣଙ୍କୁ ଦୁଇଥର ଭାବିବାକୁ ବାଧ୍ୟ କରିବ ।

DUPLICATE GHEEପୂଜା ଘିଅଠୁ ଖାଇବା ଘିଅ । ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ବ୍ରାଣ୍ଡର ଘିଅ । ଭଳିକି ଭଳି ବ୍ରାଣ୍ଡର ଡବାରେ ଆସୁଛି ଘିଅ । ଯାହା ଉପରକୁ ଦେଖିବାକୁ ସିନା ଅସଲି କିନ୍ତୁ ଏହା ଭିତରେ ଥାଏ ନକଲି ଘିଅ । ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ଥିବା ବଙ୍ଗାଲି ସାହି ବସ୍ତିରେ ଚଢ଼ାଉ କରି, ନକଲି ଘିଅ ଜବତ କରଛି କମିଶନରେଟ୍ ପୁଲିସ । ଏହି ନକଲି କାରବାରରେ ନିୟୋଜିତ ଥିବା ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ମିଳିଛି ସାଂଘାତିକ୍ ତଥ୍ୟ । ଗିରଫ ହୋଇଥିବା ଏହି ଯୁବକ ମାନେ କହିଛନ୍ତି ଏହି ପୁରା ରାକେର୍ଟରେ କାମ କରୁଛନ୍ତି ପ୍ରାୟ ୨ଶହ ଜଣ ବ୍ୟକ୍ତି । ଏପଟେ ଏହାର ମାନ ଯାଂଚ୍ ପାଇଁ ଲ୍ୟାବ୍କୁ ପଠାଯିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର । ଅଭିଯୁକ୍ତଙ୍କ କହିବା ଅନୁଯାୟୀ, କେବଳ ପୂଜାରେ ବ୍ୟବହୃତ ଘିଅରେ ନିର୍ଦ୍ଦିଷ୍ଟ କମ୍ପାନୀର ତେଲ ମିଶାଇ ପ୍ରସ୍ତୁତ କରାଯାଏ ନକଲି ଘିଅ ।

କେମିତି ତିଆରି ହୁଏ ନକଲି ଘିଅ ?
-ରିଫାଇନ ତେଲ, କିଛି କେମିକାଲ ନେଇ ପ୍ରସ୍ତୁତ ହେଉଛି ନକଲି ଘିଅ
-ଘିଅରେ କ୍ଷୀର ବାସ୍ନା ଆସିବା ପାଇଁ ବ୍ୟବହାର ହେଉଛି ମିଲ୍କ ପାଉଡର
-ସବୁ ମିଶ୍ରଣ ସରିବା ପରେ ଅସଲି ଘିଅର ବାସ୍ନା ପାଇଁ ଦିଏ ଯାଏ ଅଳ୍ପ କିଛି ଘିଅ
-ଏହାପରେ ଓମ୍ଫେଡ ଏବଂ ବାଲାଜୀ ଭଳି ନାମୀ ବ୍ରାଣ୍ଡରେ ନକଲି ଘିଅ ଭର୍ତ୍ତି ହୁଏ
-ଆଉ ଘର ଘର ଏବଂ ଦୋକାନ ଦୋକାନ ବୁଲି ଏହାକୁ ଯୋଗାଇ ଦିଆଯାଏ
ଏବେ ପୁଲିସ ପାଇଁ ଚ୍ୟାଲେଂଜ୍ ହୋଇଛି- ଏହି ପୁରା ଗ୍ୟାଙ୍ଗକୁ ଠାବ କରି, ନକଲି ଦାଉରୁ ଲୋକଙ୍କୁ ଉଦ୍ଧାର କରିବା ।