ବ୍ରାଂଡ ଅସଲି ହେଲେ ମଦ ନକଲି ! ଭୁବନେଶ୍ୱରରେ ନକଲି ମଦର ପସରା

44

କନକ ବ୍ୟୁରୋ : ବ୍ରାଂଡ ଅସଲି ହେଲେ ମଦ ନକଲି । ଭୁବନେଶ୍ୱରରେ ମେଲିଛି ନକଲି ମଦର ପସରା । ନକଲି ମଦ ଦେଇ ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ ଖେଳୁଛନ୍ତି କିଛି ଲାଭଖୋର ବ୍ୟବସାୟୀ । ପ୍ରସ୍ତୁତ କରୁଛନ୍ତି ନକଲି ମଦ । ଏପରି କିଛି ଦେଖିବା ପାଇଁ ମିଳିଛି ଖଣ୍ଡଗିରି ସ୍ଥିତ ସିତାରାମ ବସ୍ତିରେ । ମଦ ଦୋକାନରୁ ଅସଲି ମଦ କିଣିଲା ପରେ ଆରମ୍ଭ ହୁଏ ଏହି ନକଲି ମଦର ପ୍ରସ୍ତୁତି । ଏକ ଡାମ୍ପଣ ସାହାଯ୍ୟରେ ପ୍ରଥମେ ମଦ ବୋତଲରୁ ଏହାର ଠିପି ଖୋଲାଯାଏ । ଏହା ଏତେ ନିପୁଣ ଭାବରେ ହୁଏ ଯେ ଠିପିର ସିଲ ନଖୋଲି ମଧ୍ୟ ଠିପିଟିକୁ ସମ୍ପୁର୍ଣ ଭାବେ ବୋତଲରୁ ବାହାର କରିଦିଆଯାଏ ।

ଏହାପରେ ପ୍ରତ୍ୟକ ବୋତଲରୁ କିଛି କିଛି ମଦ ବାହାର କରିନେଇ ଅନ୍ୟ ଏକ ବୋତଲରେ ରଖାଯାଏ । ଯେଉଁ ପରିମାଣର ମଦ କଢାଯାଏ ସେହି ପରିମାଣର ସ୍ପିରିଟ ଓ ପାଣିକୁ ସେହି ବୋତଲରେ ଭର୍ତ୍ତି କରି ପୁଣି ବଜାରକୁ ବିକ୍ରି କରିବା ପାଇଁ ଛଡାଯାଏ । ଏହିଭଳି ପ୍ରକ୍ରିଆରେ ୨୦ଟି ଅସଲି ମଦ ବୋତଲରୁ ପାଖାପାଖି ୩୦ଟି ନକଲି ମଦ ବୋତଲ ପ୍ରସ୍ତୁତ କରିଥିନ୍ତି କିଛି ମଦ ଦୋକାନୀ । ଧରିବାରେ ସଫଳ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ସିତାରାମ ବସ୍ତିରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ଚଢାଉ କରି ବିପୁଳ ପରିମାଣର ନକଲି ମଦ ସହ ସ୍ପିରିଟ, ଠିପି ଇତ୍ୟାଦି ଜବତ କରିଛି ।