ଅନଲାଇନ୍ ଉପଲବ୍ଧ ହେବ ମୋଦି, ଯୋଗୀ କୁର୍ତ୍ତା ଓ ଗୋବରରେ ପ୍ରସ୍ତୁତ ସାବୁନ୍ : ଆମାଜନରେ ବିକ୍ରି କରିବ ଆରଏସଏସ ସମର୍ଥିତ ସଂଗଠନ
କନକ ବ୍ୟୁରୋ : ଗୋମୂତ୍ର ଓ ଗୋବରରେ ପ୍ରସ୍ତୁତ ସାମଗ୍ରୀ ଉପରେ ଭରସା କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଅକ୍ଟୋବର ମାସରୁ ଆପଣଙ୍କୁ ମିଳିଯିବ ଏହି ସବୁ ସାମଗ୍ରୀ । ସାମଗ୍ରୀ କିଣିବା ପାଇଁ ବଜାରରେ ଅନେକ ବିକଳ୍ପ ମଧ୍ୟ ମିଳିଯିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥୀତ ଏକ ଫାର୍ମାସି ଏପରି କିଛି ପ୍ରାକୃତିକ ପ୍ରସାଧନ ସମାଗ୍ରୀ ଏବଂ ଔଷଧ ପ୍ରସ୍ତୁତି କରି ଆମାଜନରେ ଉପଲବ୍ଧ କରାଇବ । ଏହା ବ୍ୟତୀତ ମୋଦି ଏବଂ ଯୋଗୀ କୁର୍ତ୍ତା ମଧ୍ୟ ଆମାଜନରେ ମିଳିବ । ମଥୁରାରେ ଆରଏସଏସ ପରିଚାଳିତ ଦୀନ ଦୟାଲ ଧାମ ପ୍ରାରମ୍ଭିକ ଭାବେ ୩୦ ପ୍ରକାର ସାମଗ୍ରୀ ଅନଲାଇନ୍ ବିକ୍ରି କରିବେ । ଏଥିରେ ବ୍ୟକ୍ତିଗତ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧୀୟ ଦ୍ରବ୍ୟ ଓ କାମଧେନୁ ଅର୍କ ସାମିଲ ରହିଛି । ଏହା ବ୍ୟତୀତ ଦୀନ ଦୟାଲଧାନ ୧୦ ପ୍ରକାର ପୋଷାକ ମଧ୍ୟ ଅନଲାଇନ୍ ବିକ୍ରି କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ହେଉଛି ଏହି ସବୁ ଉତ୍ପାଦକୁ ଅଅନଲାଇନରେ ବିକ୍ରୟ କାରାଯିବାର ଲକ୍ଷ୍ୟ ବୋଲି କହିଛନ୍ତି ଆରଏସଏସର ମୁଖପାତ୍ର ଅରୁଣ କୁମାର କହିଛ । ଯଦି ଅନଲାଇନରେ ବିକ୍ରି ବଢ଼େ ତାହଲେ ଉତ୍ପାଦନ ଏବଂ କର୍ମସଂସ୍ଥାନ ବଢ଼ିବ ।ଏହା ବ୍ୟତୀତ ସେ କହିଛନ୍ତି ପ୍ରତିମାସରେ ଦୀନ ଦୟାଲ ଧାମ ବିକ୍ରୟ କରୁଛି ଲକ୍ଷେ ଟଙ୍କାର ବ୍ୟକ୍ତିଗତ ପ୍ରସାଧନ ଏବଂ ଔଷଧୀୟ ସାମଗ୍ରୀ ଓ ୩ ଲକ୍ଷ ଟଙ୍କର ପୋଷାକ ।
ଗୋମୂତ୍ରରୁ ପ୍ରସ୍ତୁତ କାମଧେନୁ ଅର୍କ, କୁର୍ତ୍ତା ଏବଂ ଅନ୍ୟାନ୍ୟ ଖଦି ଉତ୍ପାଦନ ମଧ୍ୟ ଖୁବ୍ ଶୀଘ୍ର ଆମାଜନରେ ମିଳିବ । କାମଧେନୁ ଅର୍କ ଛଡ଼ା, ଘନବତୀ ନାମକ ଟନିକ୍, ମଧୁନାଶକ ଚୁର, ଶୂଳହାର ତୈଳ, ସାମ୍ପୁ, ଗାଧୁଆ ସାବୁନ, ଫେସ୍ ପ୍ୟାକ୍, ଟୁଥପେଷ୍ଟ୍ ଆଦି ମଧ୍ୟ ମିଳିବ । ଏସବୁ ଗୋମୂତ୍ର ଏବଂ ଗୋମୟ ଆଧାରରେ ପ୍ରସ୍ତୁତ ହୋଇଥିବାରୁ ଏଥିରେ କୌଣସି କୃତ୍ରିମ ରାସାୟନିକ ପଦାର୍ଥ ମିଶିନାହିଁ ।