ମଦୁଆଙ୍କୁ ପେଟେଂଟ୍ ମେଡିସିନ୍

29

ନବରଙ୍ଗପୁର : ମଦ୍ୟପଙ୍କୁ ମହିଳାଙ୍କ ଥାର୍ଡ ଡିଗ୍ରୀ । ଗୋଡରେ ପଡୁଛି ଲୁହାର ବେଡି । ଖାଲି ସେତିକି ନୁହେଁ ମଦ ପିଇଲେ ଫାଇନ୍ ବି ପଡୁଛି ୫ଶହ ଟଙ୍କା । ଗାଁକୁ ମଦମୁକ୍ତ କରିବା ପାଇଁ ଏବେ ଅଂଟାଭିଡିଛନ୍ତି ଗାଁର ମହିଳା  । ହଜାର ହଜାର ସଂଖ୍ୟାରେ ମହିଳା ମେଳି କରି ମଦବିରୋଧି ଅଭିଯାନ ଆରମ୍ଭ କରିଛନ୍ତି । ଗାଁର ଯେକୌଣସି ବ୍ୟକ୍ତି ମଦ ପିଇଲେ, ତାକୁ ଗାଁ ଦାଣ୍ଡରେ ଦଣ୍ଡିତ କରାଯାଉଛି । ମଦ୍ୟପଙ୍କ ଗୋଡରେ ଲୁହାର ଶିକୁଳି ବନ୍ଧାଯିବା ସହ ଫାଇନ୍ ଲଗାଯାଉଛି । ମଦ ଯୋଗୁଁ ଗାଁରେ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ମହିଳାମାନେ ଅଭିଯୋଗ କରି ଏପରି ପଦକ୍ଷେପ ନେଇଛନ୍ତି  ।