ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

51

ଆମେରିକାରେ ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ହ୍ୱାଇଟ ହାଉସରେ ଉତ୍ସବର ମାହୋଲ । ଆଲୋକର ପର୍ବ ଦୀପାବଳି । ପ୍ରତ୍ୟେକ ଭାରତୀୟ ଦୀପାବଳିକୁ ଧୂମଧାମରେ ପାଳନ କରିଥାନ୍ତି । ଛୋଟବଡ ଭେଦଭାବ ଭୁଲି ସମସ୍ତେ ସାମିଲ ହୋଇଥାନ୍ତି ଏହି ପର୍ବରେ । ଆଉ ଏଥିରେ ସାମିଲ ହୋଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଂଟ ଡୋନାଲ୍ଡ ଟ୍ରମ୍ଫ । ହ୍ୱାଇଟହାଉସର ଓଭାଲ ଅଫିସରେ ପ୍ରଶାସନର ବରିଷ୍ଠ ପ୍ରବାସୀ ଭାରତୀୟ ଅଧିକାରୀଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି ଟ୍ରମ୍ଫ । ଯେଉଁଥିରେ ପ୍ରବାସୀ ଭାରତୀୟ ପଦାଧିକାରୀ ନିକି ହାଲି, ସୀମା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

କ୍ୟାବିନେଟ ପାହ୍ୟା ପାଇଥିବା ନିକି ହାଲି ୟୁଏନରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି ଏବଂ ସୀମା ବର୍ମା ମେଡିକେୟାର ଓ ମେଡିକେଡ ସେବାର ପ୍ରଶାସକ ଅଛନ୍ତି । ୟୁଏସ ଫେଡେରାଲ କମ୍ୟୁନିକେସନ କମିସନର ଚେୟାରମ୍ୟାନ ଅଜିତ ପାଇ ଓ ପ୍ରେସ ବିଭାଗର ପ୍ରିନ୍ସିପାଲ ଡେପୁଟି ସେକ୍ରେଟାରୀ ମଧ୍ୟ ଉପସ୍ଥିତ ଥିଲେ । ଡୋନାଲଡ ଟ୍ରମ୍ଫଙ୍କ ଦ୍ୱାରା ପାଳନ କରାଯାଉଥିବା ଦିପାବଳୀରେ ସାମିଲ ହୋଇଥିଲେ ଝିଅ ଇଭାଙ୍କା ଟ୍ରମ୍ଫ । ମଧ୍ୟ ଭାରତୀୟଙ୍କ ଏହି ମହାନ ପର୍ବରେ ସାମିଲ ହୋଇଥିଲେ । ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଥିବା ଇଭାଙ୍କା ଗତବର୍ଷ ଦୀପାବଳିରେ ବି ଭର୍ଜିନିଆ ଓ ଫ୍ଲୋରିଡାରେ ଥିବା ହିନ୍ଦୁ ମନ୍ଦିରକୁ ଯାଇଥିଲେ ।

ଡୋନାଲ୍ଡ ଟ୍ରମ୍ଫ ନିୟୁ ଜର୍ସିରେ ଆୟୋଜିତ ସାଧାରଣ ସଭାରେ ପ୍ରବାସୀ ଭାରତୀୟ ସମାଜକୁ ସମ୍ବୋଧିତ କରିବା ସହ ଦୀପ ଲଗାଇଥିଲେ । ଭାରତୀୟଙ୍କ ଏହି ମହାନ ପରମ୍ପରା ଦୀପାବଳିକୁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ଆରମ୍ଭ କରିଥିଲେ । ଦୀପାବଳି ପାଳନ କରି ଟ୍ରମ୍ଫ ଭାରତୀୟ ପରମ୍ପରାକୁ କେତେ ଭଲପାଆନ୍ତି, ସମ୍ମାନ ଜଣାନ୍ତି ତାହା ଜଣାଇଛନ୍ତି । ଏହାଦ୍ୱାରା ଭାରତୀୟ ସାଂସ୍କୃତିକ କେତେ ମହାନ ତାହା ବିଶ୍ୱବାସୀଙ୍କ ସାମ୍ନାରେ ଉପସ୍ଥାପିତ କରାଇଛନ୍ତି । ଦୀପାବଳୀ କେଭଳ ଏକ ପରମ୍ପରା ନୁହେଁ ବରଂ ସମସ୍ତ ଭେଦଭାବ ଭୂଲି ଗର୍ବ,ଅହଂକାରକୁ ଛାଡି ବିକାଶ ପଥରେ ଆଗେଇଯିବାକୁ ସମଗ୍ର ବିଶ୍ୱକୁ ଆହ୍ୱାନ ଦେଇଛନ୍ତି ।